କାଣ୍ଡବିନ୍ଧା ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା
ଢେଙ୍କାନାଳ, ୨୩|୧୦: ଢେଙ୍କାନାଳ ଓଡାପଡା ବ୍ଳକ ଅଧିନସ୍ଥ କାଣ୍ଡବିନ୍ଧା ଗ୍ରାମରେ ପ୍ରଭୂ ଗିରି ଗୋବର୍ଦ୍ଧନ ପୂଜା ଆରମ୍ଭହେଇଛି । ଗତ ୨୧ ତାରିଖରେ କଳସଯାତ୍ରା, ୨୨ ତାରିଖ ଦିନ ଚକ୍ଷୁଦାନ ଓ ଅଦ୍ୟ ସୂର୍ଯ୍ୟପୂଜା, କଳସପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ଅଗ୍ନି ସଂସ୍କାର କରାଯିବା ସହ ପ୍ରତ୍ୟେକ ଦିନ ନୀତିକାନ୍ତି ପୂଜା ଚାଲୁ ରହିବ । ପ୍ରତ୍ୟେକ ବର୍ଷ ଭଳି ଏହିବର୍ଷ ଦୀର୍ଘ ୧୪ ବର୍ଷ ଧରି ଏହି ପୂଜା ଚଳିତ ବର୍ଷ ମହାଆଡମ୍ବର ସହ ପାଳନ କରାଯାଉଛି । ଗାଁ ଗିରି ଗୋବଦ୍ଧନ କମିଟି ସହଯୋଗରେ ଏହି ପୂଜା ପାଳନ ହେବା ସହ ଦୈନିକ ସମସ୍ତ ନୀତିକାନ୍ତି ସହ କମିଟି ତରଫରୁ ପ୍ରସାଦ ସେବନ କର୍ଯ୍ୟକ୍ରମ ହେଉଛି । ଏହି ପୂଜା ଏଠାରେ ଏକ ମାନସିକ କୁହାଯାଏ ବୋଲି ବିଶ୍ବାସ ଭଗବାନ କୃଷ୍ଣଙ୍କୁ ଯିଏ ବିଶ୍ବାସର ସହ ଯାହା ମାନସିକ କରିଛି ତାହା ସୁଫଳ ପାଇଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏହି ପୂଜାର କର୍ତା ଭାବେ ସୁଶାନ୍ତ କୁମାର ନାୟକ, ପୂଜକ ଭାବେ ସତ୍ୟନାରାୟଣ ମିଶ୍ର, ବିଭୂତ ଭୂଷଣ ହୋତା ମୂଖ୍ୟ ପୂଜକ, ସଭାପତି ପ୍ରହଲ୍ଲାଦ ନାୟକ, ସଂପାଦକ ରବିନାରାୟଣ ସେଠୀ, ଉପସଭାପତି ପଦନ ସାହୁ, କୋଷାଧ୍ୟକ୍ଷ ନିର୍ମଳ ପ୍ରଧାନ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ଗ୍ରାମ ଅନୁଷ୍ଠାନକୁ ବଂଚାଇ ରଖୁଛନ୍ତି I ତତ୍ସହିତ ଗ୍ରାମବାସୀ ନିଜର କିଛି ଆର୍ଥିକ ସହଯୋଗ ସହ ଶ୍ରମ ଦାନ କରିଛନ୍ତି । ଆସନ୍ତା ୩୧ ତାରିଖ ଅଁଳାନବମୀ ଦିନ ପୂର୍ଣାହୁତି ଅନୁଷ୍ଠିତ ହେବା ସହିତ ନଭେମ୍ବର ୧ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।



