ଶିକ୍ଷୟିତ୍ରୀ ଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟ ଗେଟ ତାଲା ପକେଇଲେ ଗ୍ରାମବାସୀ
ହିନ୍ଦୋଳ :23/10/25ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ପଂଚାୟତ, ବାହାଲୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କର ଅନ୍ୟତ୍ର ବଦଳି ହୋଇଥିବା, ପ୍ରତିବାଦରେ ଆଜି ବାହାଲୁଣ୍ଡା ଗ୍ରାମବାସୀ ଏବଂ ଅଭିଭାବକ ଅଭିଭାବିକାମାନେ ବିଦ୍ୟାଳୟର ମୁଖ୍ୟ ଫାଟକ ତାଲା ପକେଇବା ସହିତ, ଏହି ବଦଳିକୁ ଜୋର ଦାର ବିରୋଧ କରିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀମାନେ ପ୍ରତିକ୍ରିୟାରେ କହିଥିଲେକି, ଉକ୍ତ ବିଦ୍ୟାଳୟରେ ସମୁଦାୟ ତିନିଜଣ ଶିକ୍ଷକ ଥିବାବେଳେ ମନୋରମା ଜଣେ ଭଲ ଶିକ୍ଷୟିତ୍ରୀ ଥିଲେ ଏବଂ ପିଲାଙ୍କୁ ଭଲ ପାଠ ପଢ଼ାଉଥିଲେ, ତାଙ୍କ ବଦଳରେ କୌଣସି ଶିକ୍ଷକ ନଦେଇ ତାଙ୍କୁ ଅନ୍ୟତ୍ର ବଦଳି କରିଥିବା ଅଂଚଳବାସୀଙ୍କ ପାଇଁ ଅନ୍ୟାୟ ହୋଇଥିବା ଅଭିଭାବିକାମାନେ ପ୍ରକାଶ କରିବାସହିତ ଏହି ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଫେରାଦ ହେବାପାଇଁ ନିଷ୍ପତ୍ତି ନେଇଛନ୍ତି।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



