
*ବରଗଡ଼ ଜିଲ୍ଲାସ୍ତରୀୟ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ “ସମ୍ଭବ” ପ୍ରଶିକ୍ଷଣ ଶିବିରର”ର ତୃତୀୟ ଦିବସରେ ପ୍ରଶିକ୍ଷାର୍ଥୀଙ୍କୁ ଧନ୍ଦାମୂଳକ ଶିକ୍ଷା ସହ କ୍ୟାରିୟର ସମ୍ପର୍କିତ ସୂଚନା ପ୍ରଦାନ ଏବଂ ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଯୋଗ ସମ୍ବନ୍ଧରେ ଆଲୋଚନା*
ବରଗଡ଼:୨୪/୧୦( ପବିତ୍ର ମେହେର )::ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ଶିବିରର ତୃତୀୟ ଦିବସରେ ପ୍ରଶିକ୍ଷକ ସଞ୍ଜୟ ଖମାରୀ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ଏବଂ କ୍ୟାରିୟର ସମ୍ପର୍କିତ ସୂଚନା ସହ କ୍ୟାରିୟର ପୋର୍ଟାଲର ବ୍ୟବହାର, କ୍ୟାରିୟର ଗାଇଡେନସ ଓ କାଉନସେଲିଂର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ପ୍ରଶିକ୍ଷକ ପୁସ୍ତମ୍ ବିଶି ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଯୋଗ ସମ୍ବନ୍ଧରେ ଧାରଣା ଦେଇଥିଲେ।ପ୍ରଶିକ୍ଷକ ଶୁଭମ୍ ପତି ଅନ୍ତର୍ନିବେଶୀ ଶିକ୍ଷା ଓ ସମତା ସମ୍ଵନ୍ଧରେ ଆଲୋଚନା କରିଥିବା ବେଳେ ପ୍ରଶିକ୍ଷକ ଅଜୟ ମେହେର ବିଦ୍ୟାଳୟରେ ପାଠତ୍ୟାଗୀର ନିରାକରଣ ସଂପର୍କରେ ଆଲୋଚନା କରିଥିଲେ। ପ୍ରଶିକ୍ଷକ ସୁବାସ ଚନ୍ଦ୍ର ରଥ ବିଦ୍ୟାଳୟ ବିକାଶ ଯୋଜନା ସହ ବିଭିନ୍ନ କ୍ଲବର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ପ୍ରଶିକ୍ଷକ ସଙ୍ଗୀତା ମିଶ୍ର ଶିକ୍ଷାର୍ଥୀ, ଶିକ୍ଷକ, ବିଦ୍ୟାଳୟ ଏବଂ କମ୍ୟୁନିଟି ନିମନ୍ତେ ପ୍ରୋତ୍ସାହନ ପ୍ରାବଧାନ କଣ ରହିଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଝାରବନ୍ଧ ବ୍ଲକ, ପାଇକମାଳ ବ୍ଲକ,ଗାଈସିଲେଟ୍ ବ୍ଲକ୍, ରାଜବୋରାସମ୍ୱର ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଆଲୋଚ୍ୟ ବିଷୟବସ୍ତୁକୁ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

