ହିଲୋଇ ଗ୍ରାମକୁ ଏମସିଏଲ କଲା ଉଚ୍ଛେଦ : କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରେ ଉତେଜନା
ତାଳଚେର, ୨୯/୧୦ ହାଇକୋର୍ଟ ନୋଟିସ୍ ଅନୁଯାୟୀ ତାଳଚେର ବ୍ଲକ ଅନ୍ତର୍ଗତ ହିଲୋଇ ଏକଡାଳ ଗ୍ରାମ କୁ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ହିଲୋଇ ଗାଁରେ ଏହି ଉଚ୍ଛେଦକୁ ବିଧାୟକ ଓ ଗ୍ରାମବାସୀ ମାନେ ବିରୋଧ କରିଥିବା ବେଳେ ପୋଲିସ ବିଧାୟକକୁ ସେଠାରେ ଅଟକାଇବା ଫଳରେ କିଛି ସମୟ ପାଇଁ ଅସ୍ୱାଭାବିକ ଅବସ୍ଥା ଦେଖାଦେଇଥିଲା ।ଲୋକଙ୍କ କହିବା କଥା କି ବିନା ନୋଟିସରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଥିବାରୁ ଗ୍ରାମବାସୀମାନେ ତୀବ୍ରଅସନ୍ତୋଷ ପ୍ରକାଶ କରିଥିଲେ । ପୁନର୍ବାସ, ଥଇଥାନ ଓ ନିଯୁକ୍ତିକୁ ଧ୍ୟାନ ନଦିଆଯାଇ ଏହି ଉେଚ୍ଛେଦ କାର୍ଯ୍ୟ କରାଯାଉଥିବା ବିଧାୟକ ବ୍ରଜ କିଶୋର ପ୍ରଧାନ ଅଭିଯୋଗ କରିଥିଲେ । ବିନା ନିର୍ଦ୍ଦେଶରେ ଲୋକଙ୍କ ପ୍ରତି ଅନ୍ୟାୟ କରାଯାଇଥିବାରୁ ଏହା ବିରୋରେ ବିଧାୟକ ସଂଗ୍ରାମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଦେଶର ଅଗ୍ରଗତି ପାଇଁ ଖଣି କାର୍ଯ୍ୟରେ ବିରୋଧ ନକରିବା ପାଇଁ ଏସଡ଼ିପିଓ ବିଧାୟକକୁ ଅନୁରୋଧ କରିଥିଲେ । ଏସମ୍ପର୍କରେ ଜଗନ୍ନାଥ ମହାପ୍ରବନ୍ଧକ ଅଶୋକ ଧଳ କହିଛନ୍ତି ୯(୧) ନୋଟିସପରେ ବେଆଇନ ଭାବେ ବର୍ତମାନ ଉଚ୍ଛେଦ କରାଯାଉଥିବା ସବୁ ଘର ଏହି ଗ୍ରାମରେ କରାଯାଇଥିଲା । କେବଳ ସୁବିଧା ସୁଯୋଗ ହାସଲ କରିବାନେଇ ଘର ନିର୍ମାଣ କରାଯାଇଛି ଓ ବାହାର ଲୋକ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସଫେଇ ଦେଇଥିଲେ । ଚଳିତମାସ ୩୧ତାରିଖ ସୁଦ୍ଧା ଉଚ୍ଚେଦ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଉପଜିଲ୍ଳାପାଳ ଉଚ୍ଚନ୍ୟାୟଳରେ ଏକ ଶପଥ ପାଠ ଦାଖଲ କରିଛନ୍ତି । ସେଥିପାଇଁ ବ୍ୟାପକ ପୋଲିସ ମୂତୟନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏହି ଉଚ୍ଛେଦ କାର୍ଯ୍ୟରେ ୧୦୯ଟି ପରିବାର ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି ।

April 30, 2026/
No Comments


