
ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅମ୍ବାଭୋନା ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ-୨୦୨୫ ଅନୁଷ୍ଠିତ

ବରଗଡ଼:୨୯/୧୦:(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁ୍କ୍ତାରେ ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏବିଇଓ ଲାଲ ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ,ସମ୍ମାନିତ ଅତିଥି ଭାବରେ ପୁର୍ବତନ ଡିପିଇଓ ସୁଦୀପ୍ତ ନାୟକ,ଜନତା ହାଇସ୍କୁଲ ଭୁକ୍ତାର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକ, ପଞ୍ଚ ସଖା ଶିକ୍ଷା ସେତୁର ଅଧ୍ୟକ୍ଷ ପ୍ରେମ କିଶୋର ପଟେଲ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରନ୍ତିଦେବ ନାୟକ ମଞ୍ଚାସୀନ ଥିଲେ। ଅତିଥିବୃନ୍ଦ ବିଘ୍ନ ବିନାୟକଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୂଜାର୍ଚ୍ଚନା କରିବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭୁଏ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ ବାଲ୍ୟାବସ୍ଥାରୁ ନିରନ୍ତର ଅଭ୍ୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ସମସ୍ତ ପ୍ରତିଯୋଗୀ ଶୃଙ୍ଖଳାର ସହିତ କ୍ରୀଡ଼ା ପ୍ରଦର୍ଶନ କରିବା ପାଇଁ ଶପଥ ପାଠ କରିଥିଲେ।ବ୍ଲକର ସମସ୍ତ ବିଦ୍ୟାଳୟରୁ ମନୋନୀତ ପ୍ରତିଯୋଗୀ ଏହି କ୍ରୀଡ଼ା ଉତ୍ସବରେ ଉପସ୍ଥିତ ରହି ଦୌଡ଼,ଲମ୍ବ ଡିଆଁ,ଉଚ୍ଚ ଡିଆଁ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଏବଂ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ସେମାନଙ୍କ ମଧ୍ୟରୁ ଚୟନ କରାଯାଇଥିଲା। ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ ମେହେର, କେଦାରନାଥ ଆଦିବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ ଓ ହୀରାଧର ହାଇସ୍କୁଲ ଭୈନାତୋରାର ପ୍ରଧାନଶିକ୍ଷକ ବାବୁଲାଲ ପ୍ରଧାନ ପରିଦର୍ଶନ କରିଥିଲେ। ଉଦଯାପନୀ ସମାରୋହରେ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। କ୍ରୀଡ଼ା ଉତ୍ସବ ପରିଚାଳନାରେ ବ୍ଲକ କ୍ରୀଡ଼ା ସଂସଦର କ୍ରୀଡ଼ା ଶିକ୍ଷକ କାର୍ତ୍ତିକ ସାମ୍ରଥ,ହରବଲ୍ଲଭ ପଧାନ,ତୋଷରାମ ଦାଶ,ରଞ୍ଜିତ ସାହୁ, କଷ୍ଟ ସାହୁ,ବିନୋଦ କୁମାର ସେଠ୍, ଶାନ୍ତନୁ ମିଶ୍ର, ସୁଶୀଳ କୁମାର ଚାନ୍ଦ, ସ୍ଵାଧୀନ ସରୋଜ ସାହୁ,ସାଧୁ ଚରଣ ଭୋଇ, ପ୍ରଭାସ ଚନ୍ଦ୍ର ଭୋଇ, ଜୀବନ ଜ୍ୟୋତି ବାରିକ,ବିକାଶ ପ୍ରଧାନ,ସମୀର ବିଶ୍ବାଳ, ଫଣିନ୍ଦ୍ରନାଥ ସାହୁ,ଅନୀଲ କୁମାର ନାୟକ, କ୍ରୀଡ଼ା ଶିକ୍ଷୟିତ୍ରୀ କୌଶଲ୍ୟା ସାହୁ,କିରଣ ଦୋରା,ରୀନା ମେହେର, ରଜନୀ ଖମାରୀ, ଜନତା ହାଇସ୍କୁଲର ନେତାଜୀ ସ୍କାଉଟ ଏବଂ ଜୁନିଅର୍ ରେଡ୍ କ୍ରସର ସଦସ୍ୟଙ୍କ ସମେତ ଶିକ୍ଷକ ଶ୍ରୀପତି ସାହୁ,ଶିକ୍ଷକ ସଞ୍ଜୟ ଖମାରୀ,ତେଜରାମ ସା,ବୋଧରାମ ବିଶ୍ବାଳ,ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ,ଅମୂଲ୍ୟ ଭୋଇ,ପଦ୍ମଲୋଚନ ବିଶି, ପ୍ରଶାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ରାଜ କୁମାରୀ ଭୁଏ ସକ୍ରିୟ ସହଯୋଗ କରିଥିଲେ। ଶିକ୍ଷକ ସଞ୍ଜୟ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ କାର୍ତ୍ତିକ ସାମ୍ରଥ ଧନ୍ୟବାଦ ଅର୍ପଣ କରିଥିଲେ।




