ସୂଚନା ଅଧିକାର କର୍ମୀଙ୍କୁ ମିଳୁନି ତଥ୍ୟ କମିଶନ ନିକଟରେ ଫେରାଦ ହେଲେ…. କଙ୍କଡ଼ାହାଡ଼ ଆଦିବାସୀ ବ୍ଲକ ପଙ୍ଗାତିରା ପଂଚାୟତ ଝୁଲ୍ଲାଖୁଣ୍ଟିଆ ସାହିର ଅଙ୍ଗନୱାର୍ଡି କେନ୍ଦ୍ରଛୋଟ ପିଲାଙ୍କ ପାଇଁ ସରକାର ତରଫରୁ ଆସୁଥିବା ସାମଗ୍ରୀ ବିଷୟରେ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ରଞ୍ଜନ ସାହୁ ଫର୍ମ (କ )ରେ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦରଖାସ୍ତ କରାଯାଇଥିଲା!ସମୟ ଗଲା ପରେ କୌଣସି ସୂଚନା ନ ପାଇବାରୁ ଫର୍ମ (ଘ )ରେ ପ୍ରଥମ ଅପିଲ କରାଗଲା ଅପିଲ ପରେ ପତ୍ର ସଂଖ୍ୟା – 82 ତା 28/07/2025 ରେ ପେରଣ କରାଗଲା!ସୂଚନା ଅଧିକାର କର୍ମୀ ରଞ୍ଜନ ସାହୁ ପତ୍ର ପାଇଲା ପରେ ଶିଶୁ ବିକାଶ ସମ୍ମନୟ କଙ୍କଡ଼ାହାଡ଼ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡି କୌଣସି ସୂଚନା କିମ୍ବା ତଥ୍ୟ ପାଇଲେ ନାହିଁ!ଶେଷରେ ରାଜ୍ୟ ସୂଚନା କମିଶନ ନିକଟରେ ଫେରାଦ ହେଲେ ରଞ୍ଜନ ସାହୁ!ତଥ୍ୟ ଦେବାର କାହିଁକି କଙ୍କଡ଼ାହାଡ଼ ବ୍ଲରେ ଅଧିକାରୀ କର୍ମଚାରୀ ସଠିକ ସମୟରେ ତଥ୍ୟ ମିଳୁନଥିବାରୁ ସାଧାରଣରେ ଅନେକ ପ୍ରଶ୍ନ ଆସୁଛି ମନରେ ଯାହା ଅଞ୍ଚଳ ପାଇଁ ଘୋର ନିନ୍ଦା ହେବା ସହିତ ଅନେକ ସୂଚନା ଅଧିକାର କର୍ମୀ ହଇରାଣ ହେଉଛନ୍ତି!ଜିଲ୍ଲାପାଳ ଏହାର କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା

May 30, 2026/
No Comments


