ଗେଙ୍ଗୁଟିଆ ଶରଦ୍ ରାସ ଉତ୍ସବ

ଢେଙ୍କାନାଳ, ସଦର ବ୍ଳକ ଅନ୍ତର୍ଗତ ଗେଙ୍ଗୁଟିଆରେ କାହିଁ କେଉଁ ଆବାହମାନ ସମୟରୁ ଶରଦ ରାସ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଆସୁଅଛି । ଗେଙ୍ଗୁଟିଅ ଗ୍ରାମର ୯ ଗୋଟି ୱାଡ଼ରେ ୧୫ ଗୋଟି ମୃଣ୍ମୟୀ ମୂର୍ତ୍ତି ସ୍ଥାପିତ ହୋଇ ପୂଜା ପାଉ ଅଛନ୍ତି। ଉପର ସାହିରେ କାର୍ତ୍ତିକେଶ୍ଵର , ମଝିସାହିର(ପାଲା ମଣ୍ଡପ ସାହି) ରାଧାକୃଷ୍ଣ,ତଳସାହିରେ(କ)(ଖ)(ଗ) 3 ଗୋଟି ରାଧାକୃଷ୍ଣଙ୍କ ମୂର୍ତ୍ତି ,କାରିଗର ସାହି ତ୍ରିନାଥ ଠାକୁର, ମହାନ୍ତି ସାହିର ହରପାର୍ବତୀ,ନୂଆ ସାହିରେ କାର୍ତ୍ତିକେଶ୍ଵର, ହରିଜନ ସାହି ଶିବ ପାର୍ବତୀ ଓ ଗଶେଷ , ତ୍ରିନାଥ ସାହି ରାଧାକୃଷ୍ଣ , କୈବର୍ତ୍ତ୍ୟ ସାହି ୧ ଓ ୨ ରେ ରାଧାକୃଷ୍ଣ ଓ କାର୍ତ୍ତିକେଶ୍ଵର ହାଇସ୍କୁଲ ପାଖ କାର୍ତ୍ତିକେଶ୍ଵର ପଞ୍ଚୁକ ପାଞ୍ଚଦିନ ବ୍ୟାପି ରାସପୂଣ୍ଣିମା ପର୍ଯ୍ୟନ୍ତ ପୂଜା ପାଉଛନ୍ତି। ଗାଁ ଟି ଆଲୋକ ମାଳା , ଲାଇଟ୍ ଗେଟ୍, ସୁନ୍ଦର ଡେକୋରେସନ୍ ରେ ସଜ୍ଜିତ ହେବା ସହ ମୀନାବଜାର,ଫାଷ୍ଟଫୁଡ୍, ଚାଟ୍ ଗୁପ୍ଚୁପର ମଜା ଉଠାଉଛନ୍ତି l ପ୍ରତ୍ୟେକ ପରିବାର ବନ୍ଧୁବାନ୍ଧବ ରେ ପରିପୂର୍ଣ୍ଣ,ଆନନ୍ଦ ଉତ୍ସବ ଓ ହସ ଖୁସିରେ ପ୍ରତ୍ୟେକ ସାହି ଉତ୍ସବ ମୁଖର I ପୂଜା ପ୍ରତିଷ୍ଠାନ ମାନଙ୍କର କର୍ମକର୍ତ୍ତା ଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ ଶାନ୍ତିଶୃଙ୍ଖଳା ର ସହ ଉତ୍ସବ ସମ୍ପାଦିତ ହେଉଛି l ପୂଜା ଉପଲକ୍ଷେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ , ଛୋଟ ପିଲା ମାନଙ୍କ ପ୍ରତିଯୋଗିତା, ନାମ ସଂକୀର୍ତ୍ତନ, ଭଜନ ସମାରୋହ ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଭାଇଚାରାରେ ଏହି ଉତ୍ସବ ପ୍ରତିବର୍ଷ ପାଳିତ ହେଉଅଛି ।



