୨୫୬ ପ୍ରହର ନାମ ଯଜ୍ଞ ରେ ୫୬ ଭୋଗ ଅର୍ପଣ : ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

ଭଟଲି (ଅଭିମନ୍ୟୁ ପଧାନ):- ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପ୍ରକାଶପୁର ଠାରେ ଚାଲିଥିବା ୨୫୬ ପ୍ରହର ନାମ ଯଜ୍ଞ ରେ ଛପନ ଭୋଗ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ କର୍ତ୍ତା ଉଗ୍ରେସନ ନାୟକ (କୁରୁ) ଙ୍କ ଘର ରୁ ଲମ୍ବା ଧାଡି ରେ ଛପନ ଭୋଗ ଧରି ଯଜ୍ଞ ମଣ୍ଡପ କୁ ପହଞ୍ଚିଥିଲେ। ଏହି ଅବସର ରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କୁ ଛପନ ଭୋଗ ଓ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା।ଏବଂ ଅଟଲ ଚାରିଟେବୁଳ ଟ୍ରଷ୍ଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଗୋଟିଏ ଛୋଟ ହନୁମାନ ଚାଳିଶା ପ୍ରଦାନ କରାଯାଇଥିଲା।

ସେଠାରେ ଏହି ଅଞ୍ଚଳ ର ଜନପ୍ରତିନିଧି, ବରିଷ୍ଠ ନାଗରିକ, ଶିକ୍ଷାବିତ, ସଚେତନ ନାଗରିକ ସମେତ ବହୁ ସନ୍ଥ ସାଧୁ ଯୋଗ ଦାନ କରିଥିଲେ।ଯଜ୍ଞ କମିଟ ର ଉଗ୍ରେସନ ନାୟକ, କୁମାର ସା, ଭୀଷ୍ମ ଦେବ ନାୟକ, ବଳରାମ ଗଡତିଆ , ପ୍ରେମ କିଶୋର ପଟେଲ , ଅନିଳ ମହାରାଜ, ଅଶୋକ ସା,ଲଳିତ ପାଣ୍ତେ,ହରିଶ୍ଚନ୍ଦ୍ର ନାୟକ, ଷଷ୍ଠି ରଥ, ସେବାକର ଭୋଇ , ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ନାମ ଯଜ୍ଞ ରେ ଛତିଶଗଡ ଓ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଶହ ଶହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।




