*ରାଜଧାନୀରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ଖେଳାଳୀଙ୍କ କୃତିତ୍ୱ ଅର୍ଜନ*

(ବ୍ୟୁରୋ) ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହକ୍ରୀଡ଼ା ସଂଗଠନ ପକ୍ଷରୁ ୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ରଗବି ଫୁଟବଲ୍, ଟେବୁଲ୍ ଟେନିସ ଓ ସ୍ପେଟିଙ୍ଗ ପ୍ରତିଯୋଗିତା -୨୦୨୫ ଭୁବନେଶ୍ୱରର ଆଇ ଆର୍ ସି ଭିଲେଜ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବାଳିକା ଏବଂ ବାଳକ ଦଳରେ ବରଗଡ଼ ଜିଲ୍ଲା ତରଫରୁ ଲେବିଡ଼ି ହାଇସ୍କୁଲ, ସୋହେଲାରୁ ଚନ୍ଦନ ବିଶ୍ୱାଳ, ସୋଭିତ୍ ସା, ସ୍ୱାଗତ ଗହୀର, ବବଲୁ ନାଗ, ମୋହିତ ସାହୁ, ସାନନ୍ଦ ଭୁଏ, ସଦାନନ୍ଦ ବର୍ଗେ ,ପାଣିମୋରା ହାଇସ୍କୁଲ, ସୋହେଲାର ମାନସ ସେଠ୍ ଆଦି ୮ ଜଣ ଖେଳାଳୀ ଅଂଶ ଗ୍ରହଣ କରି ବରଗଡ଼ ଜିଲ୍ଲା ପୁରୀ, ନୟାଗଡ, ଗଜପତି କୁ ( ୨-୦, ୧-୦, ୧-୦ ) ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ବରଗଡ ଜିଲ୍ଲା ତରଫରୁ ମ୍ୟାନେଜର ଭାବେ ହୃଷିକେଶ ବରିହା ଯୋଗ ଦେଇଥିବା ବେଳେ କୋଚ ଭାବରେ ଲେବିଡି ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଗିରିଧାରୀ ଡନସନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ,ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଏବଂ ବିନୟ କୁମାର ସୋଏ ଖେଳାଳୀମାନଙ୍କ କୃତିତ୍ଵ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।




