ଆଜିର ଏହି ଐତିହାସିକ ଦିନଟି, ଆମ ପାଇଁ ଏକ ମହାସଙ୍କଳ୍ପର କ୍ଷଣ । ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି । ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ । ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା । ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା । ଯେତେବେଳେ ଇଂରେଜ ସରକାର ଏହାକୁ ନିଷିଦ୍ଧ କରିବାକୁ ଚେଷ୍ଟା କଲେ, ସେତେବେଳେ ତାହାର ପ୍ରତିଟି ଧାଡ଼ି ଭାରତୀୟମାନଙ୍କ ପାଇଁ ବଜ୍ରଶପଥ ପାଲଟିଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ଆହ୍ୱାନକ୍ରମେ , ଆସନ୍ତୁ ଆଜି ଏହି ମହାନ ଗୀତର ଅମୃତ କାହାଣୀକୁ ସ୍ମରଣ କରି, ଆମେ ସମସ୍ତେ ମାତୃଭୂମିର ସାର୍ବଭୌମତ୍ୱ ଓ ଏକତା ପାଇଁ ପୁନର୍ବାର ଆମର ଜୀବନ ସମର୍ପିତ କରିବାର ଶପଥ ନେବା ।
ବନ୍ଦେ ମାତରମ୍! ଭାରତ ମାତା କି ଜୟ! ଜୟ ହିନ୍ଦ
!#vandemataram150 #150YearsOfVandeMataram



