ଜଗଦ୍ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ଉଦ୍ଘାଟିତ
ଢେଙ୍କାନାଳ, ୭/୧୧: ଜଗଦ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀ ତରଫରୁ ଠାକୁରଙ୍କ ଦ୍ବାବିଂଶତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ସ୍ଥାନୀୟ ଗୁଡିଆନାଳୀସ୍ଥିତ କଲ୍ୟାଣ ମଣ୍ଡପ ଠାରେ ତା.୦୭.୧୧.୨୦୨୫ରିଖ ଠାରୁ ତା.୦୯.୧୧.୨୦୨୫ରିଖ ତିନିଦିନ ଧରି ପାଳିତ ହେବା ପାଇଁ ଉଦ୍ଘାଟିତ ହୋଇଯାଇଛି । ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ୩୧ତମ ଅବତାର ରୂପେ ଧରାଧାମରେ ପୁରୀ ଜିଲ୍ଲା ବ୍ରହ୍ମଗିରୀ ବ୍ଲକ୍ ଅନ୍ତର୍ଗତ କରମଳାର ଭୋଇପଡା ଠାରେ ଅବତରଣ କରି ସତ୍ୟ, ଶାନ୍ତି, ଦୟା, କ୍ଷମା, ଧୈର୍ଯ୍ୟ ଓ ଅହିଂସା ମାର୍ଗକୁ ସତିପାଦିତ କରି ବହୁ ଐଶ୍ୱରୀକ ଲୀଳା ପ୍ରଦର୍ଶନ ସହ ତାଙ୍କ ତତ୍ବ ଦର୍ଶନ ଓ ଆନନ୍ଦର ଦିଗ୍ଦର୍ଶନ ଦେଇଯାଇଛନ୍ତି । ଶାନ୍ତି ଆନନ୍ଦାଶ୍ରମର ପୂଜୟ ଆଚାର୍ଯ୍ୟ ଶ୍ରୀ ବଳରାମ ଦାସ ମହାରାଜ ଓ ଭବଗତ ଗୋଷ୍ଠୀର ଅନୁମୋଦନ କ୍ରମେ ପୂଜ୍ୟ ବାବାଜୀ ଶ୍ରୀ ଶ୍ୟାମାନନ୍ଦ ଦାସ ମହାରାଜଙ୍କ ପୌରୋହିତ୍ୟରେ ବିଶ୍ବ କଲ୍ୟାଣ ନିର୍ମିତ ଏହି ସନାତନ ଧର୍ମ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଭକ୍ତଗୋଷ୍ଠୀ ତରଫରୁ ୨୨ବର୍ଷ ହେଲା ପାଳିତ ହୋଇ ଆସୁଅଛି । ଠାକୁରଙ୍କ ଏକ ବିରାଟ ପ୍ରତିମୂର୍ତିକୁ ବଣ୍ଡାଜ୍ୟ ପଟୁଆରରେ ସହର ପରିକ୍ରମା ୯ ଗୋଟି ସଂକୀର୍ତନ ଦ୍ବାରା କରାଯାଇଥିଲା । ଏହା ପୂର୍ବରୁ ପ୍ରାତଃ ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କୁ ସିଂହାସନ ବିଜେ କରାଇ ଘଟସ୍ଥାପନ ଓ ପତାକା ଉତୋଳନ କରାଯାଇ ଘୃତିଯଜ୍ଞ କରାଯାଇଥିଲା । ଏହା ସହିତ ୩ଦିନ ଧରି ଅନ୍ନ ଯଜ୍ଞର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ କରମଳା ଧାମରୁ ଅନେକ ସାଧୁସନ୍ଥଙ୍କ ଯୋଗଦାନ ଯଥା ବାବାଜୀ ଶେଷଦେବ ଦାସ, ବାବାଜୀ ବୁଦ୍ଧଦେବ ଦାସ, ବାବାଜୀ ତ୍ରିଲୋଚନ ଦାସ, ବାବାଜୀ ରତ୍ନାକର ଦାସ, ବାବାଜୀ ଅଯୋଧା ଦାସଙ୍କ ସହ କଲ୍ୟାଣ କଳ୍ପତରୁ ଆଶ୍ରମର ବେଦାନ୍ତ କେଶରୀ, ସନ୍ତୋଷ ଚୈତନ୍ୟ ବ୍ରହ୍ମଚାରୀ ଓ କଟକର ବ୍ରହ୍ମଚାରୀ ସତ୍ୟଚୈତନ୍ୟ ମହାରାଜ ପ୍ରବଚକ ହିସାବରେ ସନାତନ ଧର୍ମ ଉପରେ ଧର୍ମ କ’ଣ, ସନାତନ ଧର୍ମ କ’ଣ, ଭକ୍ତି ଯୋଗ, ସମର୍ପଣ ଯୋଗ, ଗୁରୁତତ୍ୱ, ସମର୍ପଣ ସୂତ୍ର ଓ ସତ୍ସଙ୍ଗର ମହାତ୍ମ୍ୟ ଉପରେ ବିଶେଷ ଜ୍ଞାନ ପ୍ରଦାନ କରିବେ ବୋଲି ଢେଙ୍କାନାଳ ଜିଲ୍ଲା ଭକ୍ତ ଗୋଷ୍ଠୀର ସଭାପତି ସୁଧାକର ଜେନା ଓ ସମ୍ପାଦକ ହୃଦାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଜିଲ୍ଲାର ଏକ ଶହରୁ ଅଧିକ ଗ୍ରାମରେ ଥିବା ଦିକ୍ଷୀତ ପରିବାରମାନଙ୍କରୁ ଭକ୍ତ ଭାଇଭଉଣୀମାନେ ଯୋଗ ଦେଇଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

