
ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଏୟାର ଆଡଭେଞ୍ଚର ସୋ’ ଆୟୋଜିତ
ଅନୁଗୁଳ, ୮ ନଭେମ୍ବର: ଜିନ୍ଦଲ ଷ୍ଟିଲ୍ ଅନୁଗୁଳ ପକ୍ଷରୁ ଭର୍ଟିକାଲ୍ ଇଣ୍ଡିଆର ସହଯୋଗରେ ବହୁ ପ୍ରତୀକ୍ଷିତ ‘ଏୟାର ଆଡଭେଞ୍ଚର୍ ୨୦୨୫’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଏହି ରୋମାଞ୍ଚକର ଏୟାର ସୋ’ କର୍ମଚାରୀ, ସେମାନଙ୍କ ପରିବାର ଏବଂ ସ୍ଥାନୀୟ ସମ୍ପ୍ରଦାୟ ଲୋକଙ୍କୁ ଆକାଶରେ ଏକ ସ୍ମରଣୀୟ ଅଭିଜ୍ଞତା ଦେବା ସହ ସମସ୍ତଙ୍କୁ ଏକାଠି କରିବାର ସୁଯୋଗ ଆଣିଥିଲା ।ସାବିତ୍ରୀ ଜିନ୍ଦଲ ବିମାନବନ୍ଦରରେ ଅନୁଷ୍ଠିତ ଏହି ୬ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ବୟସ ବର୍ଗରେ ପ୍ରାୟ ୬୦୦ ଜଣ ଅଂଶଗ୍ରହଣ କରିଥିଲେ ।

ଆକାଶମାର୍ଗରେ ଅଂଶଗ୍ରହଣକାରୀଙ୍କ ଉତ୍ସାହ ସ୍ୱଷ୍ଟ ବାରି ହୋଇପଡ଼ୁଥିଲା, ଯେତେବେଳେ ସେମାନେ ସାହସିକତା ଏବଂ ଏକତାର ଭାବନା ନେଇ ଏହି ରୋମାଞ୍ଚକର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।ଏହି କାର୍ଯ୍ୟକ୍ରମରେ ପାରାମୋଟରିଂ, ପାରାସେଲିଂ ଏବଂ ହଟ୍ ବେଲୁନରେ ଯାତ୍ରା କରିବାର ସୁବିଧା କରାଯାଇଥିଲା, ଯାହା ଆକାଶମାର୍ଗରୁ ଅନୁଗୁଳର ମନୋରମ ଦୃଶ୍ୟ ଦେଖିବାରୁ ସୁଯୋଗ ସୃଷ୍ଟି କରିଥିଲା । ତିନୋଟି ଭିନ୍ନ ଭିନ୍ନ ଉଡ଼ାଣ ଛେଣ୍ଡିପଦା ଅଂଚଳରେ ୪୦୦ରୁ ଅଧିକ ଥର ଆକାଶମାର୍ଗରେ ବୁଲିଥିଲା । ସେହିପରି ଦୁଇଟି ହଟ୍ ବେଲୁନ୍ ଅଲଗା ଅଲଗା ସ୍ଥାନରୁ ପରିଚାଳିତ ହେଉଥିଲା । ଯାହା ଅତିଥି ତଥା ଅଂଶଗ୍ରହଣକାରୀଙ୍କୁ ବିଶେଷ ମୁହୂର୍ତ୍ତର ଭରପୁର ଆନନ୍ଦ ନେବା ସହ ଆକାଶରେ କିଛି ସ୍ମୃତି ସାଉଁଟିବାର ସୁଯୋଗ ଆଣିଥିଲା ।କର୍ମଚାରୀଙ୍କ ସହଭାଗିତାକୁ ସୁଦୃଢ଼ କରିବା ସହିତ ସଂପ୍ରଦାୟ ସହ ସମ୍ପର୍କକୁ ମଜବୁତ କରିବା ନିମନ୍ତେ ଜିନ୍ଦଲ ଷ୍ଟିଲର ମାନବ ସମ୍ବଳ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

