ବଅଁରପାଳ ପି ଏସ ଏସ ଜେ କଲେଜ୍ ପ୍ରିନ୍ସିପଲ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ କଲେଜ୍ ଖର୍ଚ୍ଚରେ ପୁରୀ ବୁଲିବା ପଡ଼ିଲା ମହଙ୍ଗା

ଅନୁଗୋଳ(ବ୍ୟୁରୋ ) – କଲେଜ୍ କାମ ବାହାନା ଆଳ ଦେଖାଇ ପୁରୀ ବୁଲିଯିବା ଓ କଲେଜ୍ ଖର୍ଚ୍ଚରେ ଗାଡ଼ି ନେଇ ଅଏସେ କରିବା ପଡ଼ିଲା ମହଙ୍ଗା। ଏପରି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି କଲେଜ୍ ଅଧ୍ୟକ୍ଷ (ପ୍ରିନ୍ସିପାଲ) ଅଶୋକ କୁମାର ପ୍ରଧାନଙ୍କ ନାମରେ। ଏହି ଅଭିଯୋଗକୁ ଜନୈକ ବ୍ୟକ୍ତି (ବ୍ୟକ୍ତିମାନେ) ସିଧାସଳଖ ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ପଠାଇଛନ୍ତି। ତେବେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଅଭିଯୋଗକୁ ବିଚାରକୁ ନେଇ ଅନୁଗୋଳ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମହମ୍ମଦ ଅଖତାରଙ୍କ ନିକଟକୁ ପଠାଇ ଏହାର ସ୍ପଷ୍ଟିକରଣ ମାଗିଛନ୍ତି। ତେବେ ଜିଲ୍ଲାପାଳ ଏହି ଅଭିଯୋଗ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ଡି ଇ ଓ ଏହି ଅଭିଯୋଗ ଆଧାରରେ ବଅଁରପାଳ ହାଇଅର ସେକେଣ୍ଡାରୀ ସ୍କୁଲ (+୨ କଲେଜ୍ ) ର ପ୍ରିନ୍ସିପାଲ୍ ଙ୍କ ନିକଟକୁ ପଠାଇ ସ୍ପଷ୍ଟିକରଣ ମାଗିଛନ୍ତି। ଯାହାର ଏକକିତା ନକଲ ଆମର ହସ୍ତଗତ ହୋଇଛି। ତେବେ ଅଭିଯୋଗକାରୀ ମାନେ ବଅଁରପାଳ ବାସିନ୍ଦା ହୋଇଥିବା ଜଣାପଡିଛି। ଅଭିଯୋଗକାରୀ ମାନେ ଅଭିଯୋଗକରିଛନ୍ତି ଯେ ବଅଁରପାଳ କଲେଜ୍ ରେ ନାମ ଲେଖାଇ ଛାତ୍ରଛାତ୍ରୀ ମାନେ ଅନ୍ୟ ପ୍ରାଇଭେଟ୍ ସାଇନ୍ସ କଲେଜରେ ପାଠ ପଢୁଥିବା ବେଳେ ମନଇଚ୍ଛା ପ୍ରାକ୍ଟିକଲ ପରୀକ୍ଷା ମାର୍କ ଦେଇ ଦେଉଛନ୍ତି । ଯାହା ଫଳରେ କଲେଜକୁ ଏକ ବ୍ୟବସାୟିକ ଧନ୍ଦା ଭାବରେ ପରିଣତ କରାଯାଉଛି। ସେହିପରି କଲେଜର ଉନ୍ନତି ବଦଳରେ କଲେଜର ନାମଲେଖା ଓ ଭୋକେସନାଲ ଇନ୍ଷ୍ଟ୍ରୁମେଣ୍ଟ କିଣା ଓ ସରକାରଙ୍କ ତରଫରୁ ଆସୁଥିବା ଟଙ୍କାକୁ କିଛି ଜିନିଷ କିଣି ଫଲସ୍ ବିଲ୍ କରି ଆତ୍ମସାତ କରୁଛନ୍ତି ଏବଂ କଲେଜ ଟଙ୍କାରେ କାଉନ୍ସିଲ୍ ଯିବା ନାଁରେ ଭୁବନେଶ୍ଵର, ପୁରୀ ନିଜର ବ୍ୟକ୍ତିଗତ କାମରେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ଏଣୁ ଆପଣଙ୍କୁ ବିନୀତ ଅନୁରୋଧ କରୁକି ଉପରୋକ୍ତ ବିଷୟକୁ ଧ୍ୟାନଦେଇ ତାର ଉଚ୍ଚ ସ୍ତରୀୟ ତଦନ୍ତ କରି ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନକୁ ଅଧ୍ୟକ୍ଷ ପଦରୁ ବହିଷ୍କୃତ କଲେ ଆମ୍ଭେ ବୁଦ୍ଧିଜୀବୀ ଓ ବଅଁରପାଳବାସୀ ଆପଣଙ୍କ ନିକଟରେ ଚିରରୁଣୀ ହେବୁ ବୋଲି ଅଭିଯୋଗରେ ଲେଖା ରହିଛି। ତେବେ ବଅଁରପାଳ ବାସିନ୍ଦାଙ୍କ ଅଭିଯୋଗ ଉପରେ ସରକାର କଣ ପଦକ୍ଷେପ ଗ୍ରହଣ କରିବେ ତାହା ସମୟ କହିବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

