ଭୁବନେଶ୍ବର: ଚଳିତ ବର୍ଷ ଜନଜାତୀୟ ଗୌରବ ବର୍ଷ ଉତ୍ସବ ପାଳନ ୧ ନଭେମ୍ବରରୁ ୧୫ ନଭେମ୍ବର ଯାଏଁ ସମଗ୍ର ଦେଶରେ ପାଳନ କରାଯାଉଛି । ଭାରତର ସମୃଦ୍ଧ ଆଦିବାସୀ ଐତିହ୍ୟ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଅବଦାନକୁ ସମ୍ମାନିତ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଉଛି । ଏହିକ୍ରମରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଝଉଝଞଜଞଓ) ଏବଂ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରାଯାଉଛି ।
ଏହି ଉପଲକ୍ଷେ ସ୍ୱତନ୍ତ୍ର ଭଗବାନ ବିର୍ସା ମୁଣ୍ଡା ପ୍ୟାଭିଲିୟନ, ବିର୍ସା ମୁଣ୍ଡାଙ୍କ ଜୀବନ ଏବଂ ସଂଘର୍ଷ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ, ଓଡ଼ିଶା ରାଜ୍ୟର ଜନଜାତି ସମୁଦାୟଙ୍କ ଜୀବନ ଓ ସଂସ୍କୃତି ଆଧାରିତ ଫଟୋ ପ୍ରଦର୍ଶନୀ, କୁଲିସ୍ ଜନଜାତିଙ୍କ ଦ୍ୱାରା ବସ୍ତ୍ର ତିଆରି କଳାର ପ୍ରଦର୍ଶନୀ, ଜୁଆଙ୍ଗ ଜନଜାତି ମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଏବଂ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ଜନଜାତି ସଂଘ୍ରହାଳୟ ବୁଲି ଦେଖିବାର କାର୍ୟ୍ୟକ୍ରମ ଇତ୍ୟାଦି ଆୟୋଜନ କରାଯାଇଅଛି ।ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଦ୍ୱାରା ୧୫ ନଭେମ୍ବର ୨୦୨୪ ରୁ ୧୫ ନଭେମ୍ବର ୨୦୨୫ ପର୍ୟ୍ୟନ୍ତ ଜନଜାତୀୟ ଗୌରବ ବର୍ଷ ଭାବେ ଘୋଷଣା କରାଯାଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

