ଭୁବନେଶ୍ଵର: ଏବେ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ।
୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟକୁ ଅଧିକ ୧୮ ପ୍ରତିଶତ ପର୍ଯ୍ୟଟକ ଆସିଛନ୍ତି। ତାହା ମଧ୍ୟରୁ ଆମେରିକା ଓ ଜାପାନର ପର୍ଯ୍ୟଟକ ସର୍ବାଧିକ।ଓଡ଼ିଶାର ସଂସ୍କୃତି ଓ ପରିବେଶ ପର୍ଯ୍ୟଟନ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷକରି କୋଣାର୍କର ସୂର୍ଯ୍ୟମନ୍ଦିର ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପସନ୍ଦର ସ୍ଥାନ ହୋଇଥିବାବେଳେ ରତ୍ନଗିରି ଓ ଲଳିତଗିରି ପ୍ରତି ବିଦେଶୀ ପର୍ଯ୍ୟଟକ ଅଧିକ ସଂଖ୍ୟାରେ ଆକର୍ଷିତ ହେଉଛନ୍ତି ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

