ନୁଆଦିଲ୍ଲୀ: ତିନିଦିନିଆ ଗୁଜରାଟ ଗସ୍ତରେ ଥିବା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ରବିବାର ଗାନ୍ଧୀନଗରରେ ସେଠାକାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଛନ୍ତି। ଏହି ଅବସରରେ ଉଭୟ ନେତା ଦୁଇ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ କିଭଳି ଓଡ଼ିଶା ଓ ଗୁଜରାଟ ପରସ୍ପରକୁ ସହାୟତା ଯୋଗାଇଦେଇ ପାରିବେ ସେ ସଂପର୍କରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି।
ଦେଶ ଗଠନ ଓ ଜାତୀୟ ବିକାଶ ପ୍ରକ୍ରିୟା ସଂପର୍କରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

