ନୁଆଦିଲ୍ଲୀ, ୧୦/୧୧ : ଥାଇଲାଣ୍ଡର ଟାରୁଟାଓ ଦ୍ବୀପରେ ବୋଟ୍ ବୁଡି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ରହିଛନ୍ତି । ବୋଟ୍ ରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ବୋଟ୍ ଟି ମିଆଁମାରରୁ ଇଣ୍ଡୋନେସିଆ ଯାଉଥିବା ବେଳେ ଅଘଟଣ ଘଟିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗାଟି ପ୍ରଥମେ ମିଆଁମାରର ରାଖାଇନ୍ ରାଜ୍ୟର ବୁଥିଡାଉଙ୍ଗ୍ ସହରରୁ ପ୍ରାୟ ୩୦୦ ଜଣଙ୍କୁ ନେଇ ଯାତ୍ରା କରିଥିଲା ।
ଯେତେବେଳେ ବୋଟ୍ ଟି ମାଲେସିଆ ନିକଟକୁ ଆସିଥିଲା, ଯାତ୍ରୀମାନଙ୍କୁ ତିନୋଟି ଛୋଟ ଡଙ୍ଗାରେ ବିଭକ୍ତ କରାଯାଇଥିଲା । ଗୁରୁବାର ଦକ୍ଷିଣ ଥାଇଲାଣ୍ଡର ଟାରୁଟାଓ ଦ୍ୱୀପ ନିକଟରେ ଗୋଟିଏ ଡଙ୍ଗା ବୁଡ଼ି ଯାଇଥିଲା । କିଛି ମୃତଦେହ ଏବଂ ବଞ୍ଚିଥିବା ଲୋକ ଉତ୍ତର ମାଲେସିଆର ଲାଙ୍ଗକାୱି ଦ୍ୱୀପକୁ ଭାସି ଯାଇଥିବା ଜଣାପଡିଛି । ଘଟଣାର ସଠିକ୍ ସମୟ ଏବଂ ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।



