ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ 3ଦିନ ବ୍ୟାପି ଚାଲିଥିବା ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି, ପ୍ରଥମ ଦିବସରେ ସାଇ ବାବା ଙ୍କର ବିଶାଳ ଶୋଭାଯାତ୍ରା ସୌଦାମିନୀ ସ୍କୁଲ ଠାରୁ ବାହାରି ଶ୍ରୀରାମ ମଣ୍ଡପ ଅଭିମୁଖେ ଆସିଥିଲା. ସାଇ ବାବା ଙ୍କର ବିମାନ ଓ ପାଦୁକା ଦର୍ଶନ ମୁଖ୍ୟ ଆକର୍ଷଣ ଥିଲା. ଦ୍ୱିତୀୟ ଦିବସରେ ସାଇ ସତ୍ୟ ନାରାୟଣ ବ୍ରତ ପୂଜା ରେ 108 ଯୋଡ଼ା ଦମ୍ପତି ଅଂଶଗ୍ରହଣ କରିଥିଲେ. ଏହି ପୂଜା ଶିରିଡି ସଂସ୍ଥାନ ର ପୂଜକ ଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା, ତୃତୀୟ ଦିବସରେ ଏକ ଦିବସିୟ ସାଇ ସତଚରିତ ସମୂହ ପାରାୟଣ ଅନୁଷ୍ଠିତ ହୋଇଥିଲା, ସକାଳ 8ଘଟିକା ରେ ଓଁ ଧ୍ବନି କରାଯାଇ ବିଷ୍ଣୁ ଶହସ୍ରନାମ, ଗୁରୁ ଭାଗବତ, ସାଇ ଅଷ୍ଟ ତ୍ତର ନାମ ରେ ପତ୍ରଭିଷେକ କରାଯାଇଥିଲା, ନଅ ଘଟିକାରେ ବିଶ୍ୱର କଲ୍ୟାଣ ନିମନ୍ତେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା. ସମସ୍ତ ସାଇ ଆଶ୍ରିତ ମାନେ ସଂକଳ୍ପ କରି ପାରାୟଣ ଆରମ୍ବ କରିଥିଲେ. ମୁଖ୍ୟ ପାଠକ ଶିବ ପ୍ରସାଦ ପଣ୍ଡା ମୁଖ୍ୟ ପାଠିକା ରାନୁ ତ୍ରିପାଠୀ ପାରାୟଣ ପଠନ କରିଥିଲେ.ଏହି ପାରାୟଣ ରେ କଟକ, ପୁରୀ, ଭୁବନେଶ୍ୱର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ ଓ ରାଉରକେଲା ରୁ ଭକ୍ତ ମାନେ ଯୋଗ ଦେଇଥିଲେ, ସନ୍ଧ୍ୟା 6ଘଟିକାରେ ପାରାୟଣ ସମାପ୍ତ ସହିତ ସନ୍ଧ୍ୟା ଆରତୀ କରାଯାଇଥିଲା. ଶିରିଡି ସଂସ୍ଥାନ ପୂଜକ ଙ୍କ ଦ୍ୱାରା ସାଇ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଙ୍କ ଦ୍ୱାରା ବିଭିର୍ଣ୍ଣ କ୍ଷେତ୍ରରେ ମହତ ସେବା ଯୋଗାଇଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷରେ ଭଜନ ସମାରୋହ ଓ ସମୂହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ସମସ୍ତ ଭାଇ ଭଉଣୀ ସହଯୋଗ କରିଥିଲେ।




