ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ

ଅନୁଗୋଳ,ତା. ୧୧. ୧୧.୨୦୨୫ – ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ ସମିତିର ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଗୋଳ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ମହମ୍ମଦ ଅଖତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର ତାଳଚେର ବିଧାୟକଙ୍କ ପ୍ରତିନିଧି ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଉପସ୍ଥିତ ରହି ଆସନ୍ତା ଖରିଫ ବର୍ଷ ୨୦୨୫-୨୬ ପାଇଁ କିଭଳି ଭାବେ ସୂଚାରୁରୂପେ ଧାନ ସଂଗ୍ରହ କରାଯିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଧାନ କିଣା ପ୍ରକ୍ରିୟା ଆସନ୍ତା ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଧାନ କ୍ରୟ ପାଇଁ ଅମଳ ହାର ହାରାହାରି ୧୮୬୨୫୨ ମେଟ୍ରିକ୍ ଟନ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରିପୋର୍ଟ ଦାଖଲ କରିଛନ୍ତି। ଧାନ କ୍ରୟ କାର୍ଯ୍ୟ ସୁନିଶ୍ଚିତ ତଥା ସୁଗମ କରିବା ପାଇଁ ସୋସାଇଟି ସ୍ତରୀୟ ସଂଗ୍ରହଣ କମିଟି, ପ୍ରତି ସୋସାଇଟି ପାଇଁ ମଣ୍ଡି ନୋଡାଲ ଅଫିସର ଏବଂ ମଣ୍ଡି ସୁପରଭାଇଜର ଅଫିସର ନିଯୁକ୍ତି କରାଯିବ । ଆର .ଏମ୍.ସି ଗୁଡିକ ଏଫ୍. ଏ. କ୍ୟୁ ଗୁଣବତ୍ତାର ପ୍ରାରମ୍ଭିକ ଚିହ୍ନଟ ଏବଂ କ୍ରୟ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ କ୍ବାଲିଟି ଆନାଲିଷ୍ଟ ସହିତ ଆବଶ୍ୟକ ସ୍ଥଳେ A1 ଆଧାରିତ ଶସ୍ୟ ବିଶ୍ଳେଷକ ଯୋଗାଇ ଦେବେ । ସମ୍ପୃକ୍ତ ସୋସାଇଟିଗୁଡିକୁ ଧାନ କ୍ରୟ ସହଯୋଗ କରିବାକୁ ଖୋଲା ସ୍ଥାନ, ପାନୀୟ ଜଳ, ଶୌଚାଳୟ ଆଦି ଭିତ୍ତିଭୂମୀ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଆର.ଏମ୍ .ସି ଗୁଡିକ ଆଇ.ଇ.ସି କାର୍ଯ୍ୟକ୍ରମ ଜରିଆରେ ଚାଷୀମାନଙ୍କ ମଧ୍ୟରେ ମଣ୍ଡିକୁ ଶୁଖୁଲା, ସଫା ଏବଂ ଏଫ୍. ଏ. କ୍ୟୁ. ମାନର ଧାନ ସଚେତନତା ସୃଷ୍ଟି କରିବାର ନିଷ୍ପତ୍ତି ନିଆଯାଇଛି।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଊପ ଆରକ୍ଷୀ ଅଧୂକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ବାଗ, ତାଳଚେର ଉପଜିଲ୍ଲାପାଳ । ଶ୍ରୀ ସମୀର କୁମାର ଜେନା, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା, ପାଳଲହଡା ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲ, ଅନୁଗୋଳ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଶରତ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କୃଷକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।




