ଖଣିଜ ପଦାର୍ଥ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ ଜେସିବି,ହାଇୱା,ବାଇକ ଜବତ,ଚାରି ମାଫିଆ ଗିରଫ
ଯୋଡ଼ା – କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ବଢୁଛି ଖଣି ମାଫିଆ ମାନଙ୍କ ପଦ୍ରୁଭାବ। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି।କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ପୀଡପୋଖରୀ ଅଞ୍ଚଳ ରେ ରବିବାର ବିଳମ୍ବିତ ରାତ୍ରିରେ ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାମେବାରୀ ପୋଲିସ ଅତର୍କିତ ଚଢ଼ାଉ କରିଥିଲା l ପୋଲିସ ଗାଡ ଦେଖି ଖଣିମାଫିଆ ମାନେ ଅନ୍ଧାର ରାତିର ସୁଯୋଗ ନେଇ ଖସି ପଳାଇବାରେ କିଛି ସକ୍ଷମ ହୋଇଥିବା ବେଳେ ତନ୍ମଧ୍ୟରୁ ଦୁଇ ଜଣକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି l ପରେ ସୋମବାର ସକାଳେ ଚୋରା ଚାଲାଣ ପାଇଁ ବ୍ୟବହୃତ ଗୋଟିଏ ଜେସିବି ମେସିନ ଓ ଦୁଇଟି ହାଇୱା ଗାଡି ଓ ଗୋଟିଏ ମଟର ସାଇକେଲ ଜବତ କରି ବାମେବାରୀ ଥାନା ଆଣିବା ସହ ଦୁଇ ଖଣି ମାଫିଆ ଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ୍ l ତେବେ ଉକ୍ତ ଦୁଇଜଣ ଙ୍କୁ ଅଟକରଖି ତଦନ୍ତ ଚଳାଇଥିବା ବେଳେ ଏଥିରେ ଆଉ ଦୁଇ ଜଣ ସମ୍ପୃକ୍ତି ଥିବା ଜାଣି ଉକ୍ତ ଚାରିଜଣ ଖଣିମାଫିଆ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା l ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଯୋଡ଼ା ହୁଡ଼ିସାହି ର ପୁନିସ ଜର୍ଜ, ବଡ଼ବିଲ ଆଜାଦ ବସ୍ତିର ଏମ ଡି ମହସିନ ଆଲାମ ବଡ଼ବିଲ ଦାମୁ ହଟିଙ୍ଗ ର ୱାସୀମ ଆକ୍ରାମ,ଝାରଖଣ୍ଡ ରାଜ୍ୟ ଦେଓଘର ଅଞ୍ଚଳର ହାଡ଼ିସ ମିଆଁ l ଖଣିଜ ବୋଝେଇ ନିମନ୍ତେ ବ୍ୟବହୃତ ଗୋଟିଏ ଜେସିବି ମେସିନ, ଦୁଇଟି ଟ୍ରକ ଗୋଟିଏ ହିରୋ ହୋଣ୍ଡା ମଟର ସାଇକେଲ କୁ ବାମେବାରୀ ପୋଲିସ ଜବତ କରିଥିବା ଦେଖିବାକୁ ମିଳିଛି lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



