ଶିକାରୀଙ୍କ ଫାଶରୁ ବାରହାକୁ ଉଦ୍ଧାର କଲେ ବନବିଭାଗ ଓ ଅଗ୍ନିଶମବିଭାଗ

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡ଼ବିଲ ବନାଞ୍ଚଳ ସେଡ଼ିଂ ବସ୍ତିରୁ ଏକ ଜଙ୍ଗଲି ବାରାହା କୁ ଉଦ୍ଧାର କରିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀର କର୍ମଚାରୀ। ଯାହାକି ସୂଚନା ରହିଛି କିଛିଲୋକ ଏକ ବାରାହାକୁ ଶିକାର କରି ଫାଶରେ ବାନ୍ଧି ରଖିଥିବା ବନ ବିଭାଗ ଖବର ପାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ସମୟରେ ଏକ କୂଅ ଭିତରେ ବାରାହା ଟି ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ବଡବିଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କିଛି ସମୟ କସରତ ପରେ ଉକ୍ତ ଵାରାହା କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। । ତେବେ ଉକ୍ତ ବାରାହା ଟି ବହୁ ସମୟ ଫାଶରେ ଫସି ରହି ତାର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ତାର ଉପଯୁକ୍ତ ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା । ଅନ୍ୟ ପକ୍ଷରେ ବନ ବିଭାଗ ଏହି ମାମଲାରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ସହ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



