ଜନଜାତି ସ୍ୱାଧୀନତା ସଂଗ୍ରାମୀ ଏବଂ ଉପନିବେଶ ଶାସନ ବିରୋଧୀ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ମନେ ପକାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୫ ତାରିଖରେ ଭାରତରେ ଜନଜାତି ଗୌରବ ଦିବସ ପାଳନ କରାଯାଏ। ବିର୍ସା ମୁଣ୍ଡା ୧୮୭୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୪-୨୫ ବର୍ଷକୁ ଆଦିବାସୀ ଗୌରବ ବର୍ଷ ଭାବରେ ପାଳନ କରାଯାଉଛି।
ସାରାଦେଶରେ ବର୍ଷେବ୍ୟାପୀ ପାଳନର ଏକ ଅଂଶ ଭାବରେ, ଭାରତର ଉପନିବେଶ ବିରୋଧୀ ସଂଗ୍ରାମରେ ବିର୍ସା ମୁଣ୍ଡା ଏବଂ ଅନ୍ୟ ଭାରତୀୟ ଜନଜାତି ନେତାଙ୍କ ତ୍ୟାଗ ଏବଂ ସଂଘର୍ଷକୁ ସମ୍ମାନ ଜଣାଇବା ଏବଂ ଦେଶର ଜନଜାତି ସଂସ୍କୃତି ଏବଂ ଐତିହ୍ୟର ସମୃଦ୍ଧ ବିବିଧତାକୁ ପାଳନ କରିବା ପାଇଁ ନଭେମ୍ବର ୧ ରୁ ୧୫ ପର୍ଯ୍ୟନ୍ତ ପକ୍ଷକୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରାଯାଉଛି।ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଜନଜାତି ଇତିହାସ ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନାର ପରିଚାଳନା କରିଥାଏ। ଜନଜାତି ଗୌରବ ବର୍ଷ ପାଳନର ଏକ ଅଂଶ ଭାବରେ, ଦେଶ ସାରା ଅନେକ କର୍ମଶାଳା, କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ହେଉଛି ଆମର ଐତିହାସିକ ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ୧୧ଟି ସଂଗ୍ରହାଳୟ ପ୍ରତିଷ୍ଠା କରିବା।ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପଦକ୍ଷେପଭାରତର ଜନଜାତି ନେତାମାନେ ଦମନକାରୀ ବ୍ରିଟିଶ ଶାସନ ଏବଂ ସାମନ୍ତବାଦୀ ବ୍ୟବସ୍ଥାକୁ ପ୍ରତିରୋଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜିର ଭାରତକୁ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବି ଏସବୁ ବିପ୍ଲବ, ବିଦ୍ରୋହ ଏବଂ ଆନ୍ଦୋଳନଗୁଡ଼ିକ ମଧ୍ୟରୁ ଅଧିକାଂଶ ସଂପର୍କରେ ଭାରତୀୟ ମୁଖ୍ୟଧାରା ଇତିହାସରେ ବହୁତ କମ୍ ଉଲ୍ଲେଖ କରାଯାଇଛି । ସରକାର ଆଦିବାସୀ ନେତାମାନଙ୍କ ସହ ଜଡିତ ସୂଚନା ସଂରକ୍ଷଣ, ଡକ୍ୟୁମେଣ୍ଟେସନ୍ ଏବଂ ପ୍ରସାରଣ କରିବା ଏବଂ ଏହି ଆନ୍ଦୋଳନଗୁଡ଼ିକ ବିଷୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ଜନଜାତି ଗବେଷଣା ପ୍ରତିଷ୍ଠାନକୁ ସହାୟତା ଯୋଜନା ଅଧୀନରେ, ଏହି ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପାଣ୍ଠି ଯୋଗାଇଥାଏ।ସଂଗ୍ରହାଳୟଗୁଡ଼ିକର ବିବରଣୀ ନିମ୍ନରେ ଦିଆଯାଇଛି :ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶରେ ଚାରୋଟି ସଂଗ୍ରହାଳୟ ପୂର୍ବରୁ ଉଦଘାଟିତ ହୋଇସାରିଛି।ସହିଦ ବୀର ନାରାୟଣ ସିଂହ ସ୍ମାରକୀ ଏବଂ ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧ ତାରିଖରେ ଛତିଶଗଡର ରାୟପୁରରେ ସହିଦ ବୀର ନାରାୟଣ ସିଂହ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଉଦଘାଟନ କରିଥିଲେ । ଏହି ସଂଗ୍ରହାଳୟ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଛତିଶଗଡ଼ର ଆଦିବାସୀ ସମ୍ପ୍ରଦାୟର ସଂଘର୍ଷକୁ ପ୍ରଦର୍ଶିତ କରେ।ଏହି ସଂଗ୍ରହାଳୟଟି ୫୩.୧୩ କୋଟି ଟଙ୍କାରେ ନିର୍ମିତ ହୋଇଥିଲା, ଯାହା ମଧ୍ୟରୁ ୪୨.୪୭ କୋଟି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ୧୦.୬୬ କୋଟି ରାଜ୍ୟ ସରକାର ଯୋଗାଇ ଦେଇଥିଲେ। ଏଥିରେ ଥିବା ୧୬ଟି ଗ୍ୟାଲେରୀରେ ୬୫୦ଟି ମୂର୍ତ୍ତି ଏବଂ ଡିଜିଟାଲ୍ ସ୍ଥାପନ ରହିଛି। ଏହି ଡିଜିଟାଲ୍ ସ୍ଥାପନଗୁଡ଼ିକରେ ଡିଜିଟାଲ୍ ସ୍କ୍ରିନ୍ ଏବଂ ପ୍ରଦର୍ଶନ, ଟୋପୋଗ୍ରାଫିକାଲ୍ ପ୍ରୋଜେକ୍ସନ୍ ମ୍ୟାପ୍, ଅଡିଓ-ଭିଜୁଆଲ୍ ପ୍ରଦର୍ଶନ, ଏକ ଏଆଇ-ଫଟୋ ବୁଥ୍, ଏକ କର୍ଭଡ୍ ସ୍କ୍ରିନ୍ ଏବଂ ଏକ ଆରଏଫଆଇଡି ଡିଜିଟାଲ୍ ସ୍କ୍ରିନ୍ ଅନ୍ତର୍ଭୁକ୍ତ। ଉଦଘାଟନ ସମାରୋହରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ନାରାୟଣ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ, ‘ଆଦି ଶୌର୍ଯ୍ୟ’ ଶୀର୍ଷକ ଏକ ଇ-ପୁସ୍ତିକା ଉନ୍ମୋଚନ କରିଥିଲେ ଏବଂ ସହିଦଙ୍କ ବଂଶଧରଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

