*ବିର୍ସା ମୁଣ୍ଡା: ଜାତୀୟ ନାୟକ ଓ ଉପନିବେଶବାଦୀ ଶାସନ ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ* *(ଗୋପାଳପୁର ଆଶ୍ରମ ସ୍କୁଲରେ ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ)*

ବରଗଡ଼:୧୫/୧୧(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ଜାତୀୟ ନାୟକ ଓ ଉପନିବେଶବାଦୀ ଶାସନ ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ ଭାବରେ ବିବେଚିତ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ଅତ୍ୟନ୍ତ ଆଗ୍ରହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସମାଜ ସେବିକା ସିନ୍ଧୁ ନନ୍ଦିନୀ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପ୍ରମୋଦିନୀ ପ୍ରଧାନ, ସାମ୍ବାଦିକ ନରସିଂହ ଚରଣ ସାହୁ,କୁଶ ସାହୁ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଆଦର୍ଶ ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ।ଶିକ୍ଷକ ଉଚ୍ଛବ ଭୁଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି ଅବସରରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଙ୍ଗୀତ,ନୃତ୍ୟ, ବକ୍ତୃତା, ଗଳ୍ପ କଥନ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ହୋଇଥିଲା।ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅନ୍ତିମ ଅଧିବେଶନରେ ଅତିଥି ଭାବରେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଯୋଗ ଦେଇ ଭାରତର ସ୍ଵାଧୀନତା ସଂଗ୍ରାମ ପାଇଁ ବିପ୍ଳବୀ ବୀର ଶହୀଦ ବିର୍ସା ମୁଣ୍ଡାଙ୍କ ବୀରତ୍ଵପୂର୍ଣ୍ଣ ସଂଗ୍ରାମର ଗାଥା ସମ୍ପର୍କରେ ବର୍ଣ୍ଣନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ,ମମତା ସାହୁ,ପଞ୍ଚମୀ ନାଏକ,ତୁଳସୀ ସା, ଜୟନ୍ତୀ ମୁନା,ଶିକ୍ଷକ ଅଷ୍ଟମନ୍ୟୁ ବାରିକ,ଦିଲ୍ଲୀପ ପଧାନ,ରାଜୀବ ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତ ସାହୁ, ସଦସ୍ୟ ପଞ୍ଚୁଲାଲ ନାଏକ, କ୍ଷେତ୍ରମୋହନ ସାହୁ, ଅନ୍ତର୍ଯ୍ୟାମୀ ପଧାନ,ଅଶୋକ ସାହୁ,ଈଶ୍ୱର ଭୁଏ,ସଦସ୍ୟା ପଦ୍ମିନୀ ପ୍ରଧାନ,ସୁଦେଷ୍ଣା ସାହୁ,ପଦ୍ମିନୀ ବାଗ,ମହିଳା ସ୍ଵେଚ୍ଛାସେବୀ ମାନସୀ ଷଣ୍ଢ, ସାବିତ୍ରୀ ଭୁଏ,ସବିତା ବାଗ,ସାବିତ୍ରୀ ବାଡାଏବଂ ଶିକ୍ଷାର୍ଥୀମାନଙ୍କ ସହ ସେମାନଙ୍କ ପିତାମାତା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଅଷ୍ଟମନ୍ୟୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

