*ହିନ୍ଦୋଳର ବୟୋଜ୍ୟଷ୍ଠ ନବସନ୍ଦାଙ୍କ ପରଲୋକ
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ବରିଷ୍ଠ ଦଲିଲଲେଖକ ଶତାୟୁ ବ୍ୟକ୍ତିତ୍ବ ବାଲୁଙ୍କେଶ୍ୱର ଦାସ ବାଲି ବାବୁଙ୍କ ପରଲୋକ ହୋଇଥିବା ଜଣାପଡିଛି। ହିନ୍ଦୋଳ ଏନଏସି ୱାର୍ଡ ନଂ ୮ ବାସିନ୍ଦା ସ୍ବର୍ଗତ ବାଲୁଙ୍କେଶ୍ୱର ଦାସ ଯିଏକି ବାଲି ବାବୁ ନାମରେ ଜଣାଶୁଣା ୧୯୨୭ମସିହାରେ ଜନ୍ମଗ୍ରହଣ କରି ନିଜର ଶିକ୍ଷା ସମାପ୍ତି ପରେ ୧୯୪୭ମସିହାରେ ନବସନ୍ଦା ତଥା ଦଲିଲ ଲେଖାପଢା ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ଲେଖିଥିଲେ। ସେ ଜଣେ ଦକ୍ଷ ତଥା ବିଚକ୍ଷଣ ଦଲିଲ ଲେଖକ, ଉତ୍ତମ ବ୍ୟକ୍ତିତ୍ୱ, ପରୋପକାରୀ ତଥା ସମାଜସେବୀ ଭାବରେ ଏବଂ “ବାଲି ବାବୁ ” ନାମରେ ହିନ୍ଦୋଳର ଘରେ ଘରେ ସୁପରିଚିତ ଥିଲେ। ତେବେ କିଛିଦିନ ତଳେ ଖସିପଡି ଅଣ୍ଟାହାଡ଼ ଭାଙ୍ଗିଯାଇଥିବାରୁ ଅସୁସ୍ଥ ଥିଲେ, ତେବେ ବୟସlଧିକ କାରଣରୁ ଅସୁସ୍ଥ ରହିବାସହ ଗତକାଲି ସ୍ୱାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ପରିବାରବର୍ଗ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି କରିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ଏବଂ ତାଙ୍କ ନିଜସ୍ୱ ସ୍ମଶାନ ଜାଗାରେ ପରିବାର ଜ୍ଞାତି ସ୍ୱଜନ ଏବଂ ବହୁ ଜନସାଧାରଣଙ୍କ ଉପସ୍ଥିତୀରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା। ବାଲି ବାବୁଙ୍କ ବିୟୋଗ ଖବର ପାଇ ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ପୂର୍ବତନ କାଉନସିଲର ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା, ଶ୍ୟାମଘନ ଭୁତିଆ, ୱାର୍ଡନଂ ୮ କାଉନସିଲର ରୁଦ୍ରନାରାୟଣପ୍ରସାଦ ଦାସ,ପୂର୍ବତନ ଅଧ୍ୟକ୍ଷ ଟିମା ବେହେରା,ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସର, ପୂର୍ବତନ ସମିତିସଭ୍ୟ ଲଷ୍ମଣ ସାହୁ,ବରିଷ୍ଠ ଆଇନଜୀବୀ ବ୍ରହ୍ମlନନ୍ଦ ପଟ୍ଟନାୟକ, ଅରୁଣ ଦାସ, ସଞ୍ଜୟ ପଟ୍ଟନାୟକ,ପ୍ରକାଶ ନାୟକ,ତପନ ପରିଡା, ଆଇନଜୀବୀ ବିଜେପି ନେତା ସନ୍ତୋଷ ବେହେରା,ସମାଜସେବୀ ପ୍ରଦୀପ ସାମନ୍ତ, ସାମ୍ବାଦିକ ରବିନାରାୟଣ ପଟ୍ଟନାୟକ,ପ୍ରଶାନ୍ତ ଜେନାମଣି, ବିଶେଶ୍ୱର ସେଠି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ପଟଣାସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ସାଂସଦ ମହେଶ ସାହୁ ମଧ୍ୟ ସ୍ବର୍ଗତ ବାଲୁଙ୍କେଶ୍ୱର ଦାସଙ୍କ ବିୟୋଗରେ ଶୋକପ୍ରକାଶ କରିବାସହ ସମବେଦନା ଜଣାଇଛନ୍ତି। ଅନ୍ତିମ ସମୟରେ ପୁତ୍ର ଜଙ୍ଗଲବିଭାଗ କର୍ମଚାରୀ ଯୁଗଳକିଶୋର ଦାସ, ବରିଷ୍ଠ ଆଇନଜୀବୀ ଦିବାକର ଦାସ, ବରିଷ୍ଠ କିରାଣୀ ଶିଶିର ଦାସଙ୍କ ସମେତ ସମସ୍ତ ବୋହୁ, ଝିଅଜ୍ୱାଇଁ, ନାତିନାତୁଣୀ ପରିବାର ସ୍ୱଜନ ଉପସ୍ଥିତ ଥିଲେ ଏବଂ ମୃତ୍ୟୁବେଳକୁ ତାଙ୍କୁ ୯୯ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ବାଲୁଙ୍କେଶ୍ୱର ଦାସଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି



