ସମ୍ବଲପୁର : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ । ସମ୍ବଲପୁର ଟାଉନ ପୋଲିସ ଦ୍ୱାରା ବ୍ରାଉନ ସୁଗର ଜବତ ହୋଇଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ନୁମାଲ ଓ ମହମ୍ମଦ ସହେଲ l ଏହି ଘଟଣାରେ ୩ଜଣ ମହିଳାଙ୍କୁ ମଧ୍ୟ ଅଟକ ରଖାଯାଇଛି l ଭିଏସଏସ ମାର୍ଗ ଠାରେ ବ୍ରାଉନ ସୁଗର କାରବାର କରୁଥିବା ବେଳେ ପୋଲିସ ମାଡି ବସିଥିଲା । କୋଲକାତାରୁ ଏହି ବ୍ରାଉନସୁଗର ଅଣାଯାଇଥିଲା l ଏହି ବ୍ରାଉନ ସୁଗର କରବାରରେ ତିନି ଜଣ ମହିଳା ମଧ୍ୟ ସାମିଲ ରହିଛନ୍ତି l ଏହି ଦୁଇ ଯୁବକ ତିନି ଜଣ ମହିଳାଙ୍କ ପାଇଁ କୋଲକାତାରୁ ଏହି ବ୍ରାଉନ ସୁଗର ଆଣିଥିବା ଯୁବକ ମାନେ ମାନିଛନ୍ତି l ଏହି ମହିଳାମାନଙ୍କ ସମ୍ପୃକ୍ତିକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି l ଆଉ କେତେଥର ଏହି ମହିଳା ମାନେ କାହା କାହା ହାତରେ କୋଲକାତାରୁ କେତେଥର ବ୍ରାଉନ ସୁଗର ସମ୍ବଲପୁରକୁ ଆଣିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

