କଲେଜ୍ ବସକୁ ପିଟିଲା ହାଇୱା, ଦୁଇ ଚାଳକଙ୍କ ସହ ପାଞ୍ଚଜଣ ଛାତ୍ରଛାତ୍ରୀ ଆହତ

ଶୀତୁଆ ସକାଳର ଘନ କୁହୁଡି ମଧ୍ୟରେ ଘଟିଲା ଦୁର୍ଘଟଣା, ସ୍କୁଲ ବସ୍ କୁ ପିଟିଲା ହାଇୱା ସାତ ଜଣ ଆହତ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଂଲଗ୍ନ ଝାଡ଼ଖଣ୍ଡ ରାଜ୍ୟର ଜଗନ୍ନାଥ ପୁର ଥାନା ଅନ୍ତର୍ଗତ ମାଣିକପୁର ନିକଟରେ କଲେଜ ବସକୁ ଧକ୍କା ଦେଲା ହାଇଓ୍ବା l ଦୁଇ ଗାଡିର ଡ୍ରାଇଭର ସହିତ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ନୂଆମୁଣ୍ଡି ଇଣ୍ଟର କଲେଜର ବସଟି ଆଜି ସକାଳୁ କଲେଜ ଛାତ୍ରଛାତ୍ରୀ ଙ୍କୁ ନେଇ ଜୟନ୍ତୀ ଗଡରୁ କଲେଜ ଅଭିମୁଖେ ଯାଉଥିବା ବେଳେ ମାଣିକପୁର ନିକଟରେ ବିପରିତ ଦିଗରୁ ଆସୁଥିବା ହାଇଓ୍ବା ସାମ୍ନା ପଟୁ ବସକୁ ଧକ୍କା ଦେଇଥିଲା। ଫଳରେ ଦୁଇ ଡ୍ରାଇଭର ସହିତ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ lଆହତ ମାନଙ୍କୁ ସ୍ଥାନୀୟ ଲେlକେ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




