ସର୍ବଦଳୀୟ ବୈଠକରେ ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା
ଭୁବନେଶ୍ବର: ସର୍ବଦଳୀୟ ବୈଠକରେ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା ହୋଇଛି। ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଖିବେ ଅଭିଭାଷଣ । ଗୃହରେ ଦ୍ୱିତୀୟ ଦିନ ଆସିବ ଅତିରିକ୍ତ ବଜେଟ୍। ଅଧିବେଶନ ସ୍ୱାଭାବିକ ଭାବେ ଚାଲିବାକୁ ନେଇ ବାଚସ୍ପିତ ସୁରମା ପାଢ଼ୀ ଗୁରୁତ୍ୱ ଦେଇଛନ୍ତି। ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହ କଲେ ଆଲୋଚନା । ଶାସକ ଦଳ ଭଳି ବିରୋଧୀ ଦଳକୁ ସମାନ ସମୟ ଦେବାକୁ ଦାବି କରାଯାଇଛି। ନଭେମ୍ବର ୨୭ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଅଧିବେଶନ।



