ଆଚରଣ ଓ ଉଚ୍ଚାରଣରେ ସଂଜମତା ରଖନ୍ତୁ: ମନ୍ତ୍ରୀ ଓ ବିଧାୟକଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ
ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରି ମନ୍ତ୍ରୀ ଓ ବିଧାୟକଙ୍କୁ ଆଚରଣ ଓ ଉଚ୍ଚାରଣରେ ସଂଜମତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କହିଛନ୍ତି ଯେ, ଗୃହରେ ସଦସ୍ୟଙ୍କ ଆଚରଣ ଶୃଙ୍ଖଳିତ ହେଉ। କାରଣ ଆଜିର ଟେକ୍ନୋଲୋଜି ଜରିଆରେ ତାହା ସମସ୍ତେ ଦେଖୁଛନ୍ତି। ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି, କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ନିଶ୍ଚିତ ନିଆରା ବୋଲି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଯେ ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ଏଠି ପହଞ୍ଚି ପାରି ନ ଥାନ୍ତି। ଏହି ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି,ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି, ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି। ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଆବିଭୂତ। ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବଢ଼ିଛି। ଆଜି ବିଧାନସଭାକୁ ଜଣେ ମହିଳା ବାଚସ୍ପତି ଚଳାଉଛନ୍ତି। ଏହା ବିକଶିତ ଭାରତର ପରିକଳ୍ପନା ପାଇଁ ସମ୍ଭବ। ଓଡ଼ିଶା ସବୁ ପ୍ରକାର ସମ୍ବଳରେ ପରିପୂର୍ଣ୍ଣ। ତେଣୁ ଓଡ଼ିଶାକୁ ଏକ ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ ବୋଲି ଗୃହର ସଦସ୍ୟମାନଙ୍କୁ ଉପଦେଶ ଦେଇଛନ୍ତି ରାଷ୍ଟ୍ରପତି ମୁର୍ମୁ। ବିଧାୟିକାରୁ ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ବିଧାନସଭା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୦୦ରୁ ୨୦୦୯ ଯାଏଁ ଥିଲେ ବିଧାୟିକା। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ୨ ଥର ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରିପରିଷଦରେ ସ୍ଥାନ ପାଇଥିଲେ। ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିଲେ। ୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ। ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

