ରାଜପଥ ଲୁଟେରାଙ୍କ ଆତଙ୍କ ରାଜ୍, ଚାଳକକୁ ଆକ୍ରମଣ କରି ଲୁଟିଲେ ଟଙ୍କା ଓ ମୋବାଇଲ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ରାଜପଥ ଲୁଟେରାଙ୍କ ଆତଙ୍କ ରାଜ୍ ଚାଳକକୁ ଆକ୍ରମଣ କରି ଲୁଟିଲେ ଟଙ୍କା ପର୍ସ ଓ ମୋବାଇଲ୍। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ରୁ ରୋଇଡା ମାଇନ୍ସ ଦିଗକୁ ଯାଇଥିବା ୫୨୦ ନମ୍ବର୍ ଜାତୀୟ ରାଜପଥରେ ରାଜପଥ ଲୁଟେରାଙ୍କ ଆତଙ୍କ ସୃଷ୍ଟି ହୋଇଛି। ରାଜପଥରେ ଦୁବୃର୍ତ୍ତ ମାନେ ହାଇୱା ଗାଡ଼ିକୁ ଅଟକାଇ ଚାଳକକୁ ଭୁଜାଲି ଦ୍ବାରା ଆକ୍ରମଣ କରି ଲହୁ ଲୁହାଣ କରି ଲୁଟିଲେ ଟଙ୍କା ପର୍ଶ ଓ ମୋବାଇଲ୍। ଚାଳକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ଲହୁ ଲୁହାଣ ଅବସ୍ଥାରେ ସେମାନଙ୍କ କବଳରୁ ଗାଡ଼ି ସହ ଖସିଯାଇ ଝାଡଗାଁ ସ୍ଥିତ ମାଲିକ ଘର ନିକଟକୁ ଯାଇଥିଲେ। ସେଠାରେ ଥିବା ଅନ୍ୟ ସହଯୋଗୀ ଚାଳକ ତାଙ୍କୁ ଲହୁ ଲୁହାଣ ଅବସ୍ଥାରେ ଦେଖି ଘଟଣା ସମ୍ପର୍କରେ ବୁଝିବା ସହ ତାଙ୍କୁ ଏକ କ୍ୟାମ୍ପର ଯୋଗେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ଚାଳକଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଚାଳକ ଜଣକ ହେଲେ ସତ୍ୟନାରାୟଣ ବିଶ୍ଵକର୍ମା ବୟସ ପାଖାପାଖି ୨୬ବର୍ଷ ଓ ସେ ସୁଦୂର ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ବେଳେ ଏହି ଅଞ୍ଚଳରେ ରହି ଗାଡ଼ି ଚାଳନା କରୁଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





1 Comment
https://shorturl.fm/tNmvO