ବିଧାନସଭାରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ପଞ୍ଚାୟତିରାଜ ମନ୍ତ୍ରୀ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ୍ କଲେ। ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ୍ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ ବୋଲି କହିଛନ୍ତି ରବି ନାଏକ ।
ବିଜେଡି ୧୬ଟି ସିଭିଲ୍ ପ୍ରୋଜେକ୍ଟ କରିଥିଲା, ଆମେ ୬୬ଟି ସମ୍ପୂର୍ଣ୍ଣ କରିଛୁ’ । ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କଲେ, ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ ।ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ’ । ୨୮,୩୫୦ ନଳକୂପ ବିଜେଡି କରିଥିଲେ, ଆମେ ୨୨,୯୬୪ଟି କରିଛୁ । ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ୍ ଲାଇନ ବିଛାଇଛି’ ବୋଲି କହିଛନ୍ତି ମନ୍ତ୍ରୀ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


