*ରୁଚିଦା ହାଇସ୍କୁଲରେ ବିଶ୍ଵ ଏଡସ ଦିବସ ପାଳିତ*

ବରଗଡ:(ପବିତ୍ର ମେହେର)::ବରଗଡ ଜିଲ୍ଲା ଅମ୍ୱାଭୋନା ବ୍ଲକ୍ ଅଧୀନରେ ଥିବା ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନ ଯୋଗ ଦେଇଥିଲେ।ଶିକ୍ଷକ ସୁବୋଧ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ମେହେର ଦିବସର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ପଧାନ ଏଡସରୁ ଦୂରେଇ ରହିବାର ଉପାୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଜୁନିଅର୍ ରେଡ୍ କ୍ରସ୍,ବିଜ୍ଞାନ କ୍ଲବ ଏବଂ ରେଡ୍ ରିବନ କ୍ଳବର ସଦସ୍ୟଙ୍କ ସମେତ ଜୁନିଅର ରେଡ୍ କ୍ରସ୍ କାଉନସେଲର ସବିତା ଦେହେରୀ ଓ ପୁଷ୍ପାଙ୍ଗିନୀ ଭୁଏ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ସ୍ଲୋଗାନ ମାଧ୍ୟମରେ ଏଡସ ସଚେତନତାର ବାର୍ତ୍ତା ଦେଇଥିଲେ।ପରିଚାଳନାରେ ଶିକ୍ଷକ ହରବଲ୍ଲଭ ପ୍ରଧାନ,ପ୍ରଭାତ କୁମାର ନାୟକ,ବଳରାମ ରଣା,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର ଏବଂ ମେନକା ମେହେର ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ସୁବୋଧ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


