ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି, ପ୍ରାକୃତିକ ଜୈବ ବିବିଧତା ପାଇଁ ଉଦ୍ଭିଦ ଏବଂ ପଶୁପାଳନ ସହାବସ୍ଥାନ ଆଦି ବିବିଧ କ୍ଷେତ୍ରକୁ ପ୍ରାକୃତିକ କୃଷି ପଦ୍ଧତି ପ୍ରୋତ୍ସାହନ ପ୍ରଦାନ କରିଥାଏ । ଦେଶବାସୀଙ୍କୁ ପ୍ରାକୃତିକ କୃଷି ପଦ୍ଧତି ଆପଣେଇବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ।
କୃତ୍ରିମ ରାସାୟନିକ ଦ୍ରବ୍ୟ ଉପଯୋଗ ନ କରି ପାରମ୍ପରିକ ଜ୍ଞାନକୌଶଳ ଏବଂ ଆଧୁନିକ ପରିବେଶଗତ ନୀତି ଆଧାରରେ ଫସଲଚାଷ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।କୃଷି ଅବଶିଷ୍ଟାଂଶର ପୁନଃ ଚକ୍ରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୃତ୍ତିକା ସ୍ୱାସ୍ଥ୍ୟ ବୃଦ୍ଧି ଦିଗରେ ଏହା ସହାୟକ ହୋଇଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରାକୃତିକ କୃଷି କ୍ଷେତ୍ରରେ ଭାରତ ପ୍ରଶଂସନୀୟ ଅଗ୍ରଗତି କରିଛି । ଗତବର୍ଷ ଦେଶରେ ପ୍ରାକୃତିକ କୃଷି ଆଧାରିତ ଜାତୀୟ ମିଶନ୍ ଆରମ୍ଭ ହୋଇଥିଲା । ଚାଷୀଙ୍କୁ ପ୍ରାକୃତିକ କୃଷି ସହିତ ସାମିଲ କରିବାରେ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ପ୍ରଧାନମନ୍ତ୍ରୀ କିଶାନ୍ ଯୋଜନା ଅଭିଯାନ ପ୍ରାକୃତିକ କୃଷି କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ଶ୍ରୀଅନ୍ନ ଚାଷକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି ବୋଲି କହିଛନ୍ତି ।



