ତୀର୍ଥ ଯାତ୍ରାରେ ଗଲେ ୧୦୬ ଜଣ ବରିଷ୍ଠ ନାଗରିକ

ଅନୁଗୋଳ,ତା.୦୪. ୧୨:- ଆଜି ଅପରାହ୍ନରେ ସ୍ଥାନୀୟ ସଭାଘରଘର ଠାରେ ଅନୁଗୋଳ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ ଧଳ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଆସିଷ୍ଟାଣ୍ଟ କଲେକ୍ଟର ଶୁଭାଷିନୀ ନାୟକ ପ୍ରମୁଖ ଊପସ୍ଥିତ ଥିଲେ ।

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଅନୁଗୋଳର ୧୦୬ ଜଣ ବରିଷ୍ଠ ନାଗରିକ ୩ଟି ବସରେ ଆଜି ସମ୍ବଲପୁର ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି ସମ୍ବଲପୁର ରେଳ ଷ୍ଟେସନ ଠାରୁ ସେମାନେ ରାମେଶ୍ୱରମ୍ – ମଦୁରାଇ ଅଭିମୁଖେ ଯାତ୍ରା କରିବେ । ତୀର୍ଥ କ୍ଷେତ୍ର ପରିଭ୍ରମଣ ଶେଷ କରି ୧୧ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣ ଏସକର୍ଟ ଅଫିସର ତୀର୍ଥ ଯାତ୍ରୀମାନଙ୍କ ସାଥିରେ ଯାଇଛନ୍ତି ।




