ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ, ମାଫିଆ ଫେରାର
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଟିତଳେ ଲୁହାପଥର ଗଚ୍ଛିତ ରହିଛି । ଏବଂ ଏହି ଲୁହାପଥର ଉପରେ ଖଣି ମାଫିଆ ମାନଙ୍କ ନଜର ରହିଛି, ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏହି ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଥାଏ ଓ ଅଧିକାଂଶ ସମୟରେ ଦେଖାଯାଏ କି ଚୋରାଚାଲାଣ ବେଳେ ପୋଲିସ୍ ପ୍ରଶାସନ ହେଉ ଅବା ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥାଏ କିନ୍ତୁ ବିଡମ୍ବନା ର ବିଷୟ ଅନେକ ସମୟରେ ଚୋରାଚାଲାଣ ରେ ନିୟୋଜିତ ଗାଡ଼ି ଗୁଡ଼ିକୁ ଧରିବାରେ ଏମାନେ ସଫଳ ହେଉଥିବା ବେଳେ ଚୋରା ଚାଲାଣ କରୁଥିବା ମାଫିଆ ମାନେ ଅଧିକାଂଶ ସମୟରେ ଫେରାର ହୋଇଯାଉଛନ୍ତି। ସେଇଭଳି ଏକ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ବଡବିଲ ରେଞ୍ଜ ବିଲେଇପଦା ସେକ୍ସନ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଚୋରା ଲୁହାପଥର ବୋଝେଇ କରୁଥିବା ସମୟରେ ବନବିଭାଗ ପକ୍ଷରୁ ଚଢାଉ କରିଥିବା ନେଇ ସୂଚନା l ଲୁହା ପଥର ସହ ଟ୍ରକ କୁ ଜବତ କରିଛି ବନ ବିଭାଗ l ଆଜି ବିଲେଇ ପଦା ସେକ୍ସନ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚେlରା ଚାଲାଣ ପାଇଁ ଯେlଜନା ସଂପର୍କ ରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଲିବନ୍ଧ ବନପାଳ ସଦଳବଳେ ଘଟଣା ସ୍ଥଳରେ ଚଢାଉ କରିଥିଲେ l ସୁଯୋଗ ଦେଖି ଲୁହାପଥର ଲେlଡକରୁଥିବା ବ୍ୟକ୍ତି ମାନେ ଘଟଣା ସ୍ଥଳରୁ ଫେରାର ହେଇଯାଇଥିବା ବେଳେ ବନ ବିଭାଗ ଲୁହା ପଥର ସହ ଟ୍ରକ କୁ ଜବତ କରିଛି ଏବଂ ଏହି ଚୋରା ଚାଲାଣ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ବନ ବିଭାଗ ତନାଘନା ଚଳାଇଥିବା ନେଇ ସୂଚନା lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


