ଜନପ୍ରୀୟ ଶିକ୍ଷକ ସ୍ବର୍ଗତ କୃଷ୍ଣଚନ୍ଦ୍ର ବେଉରିଆଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଓ ସ୍କରଣିକା କୃଷ୍ଣାୟନ ଉନ୍ମୋଚନ

ବିଂଝାରପୁର ___ ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର ଗ୍ରାମର ଜନପ୍ରିୟ ଶିକ୍ଷକ ତଥା ସମସ୍ତ ଙ୍କ ହୃଦୟରେ ସ୍ଥାନ ପାଇଥିବା କୃଷ୍ଣଚନ୍ଦ୍ର ବେଉରିଆଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଓ ସ୍କରଣିକା କୃଷ୍ଣାୟନ ଉନ୍ମୋଚନ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅନିରୁଦ୍ଧ ବେଉରିଆ, ଜ୍ଞାନେନ୍ଦ୍ର ବେଉରିଆ, ପଦ୍ମଚରଣ ଧଳ, ସନ୍ତୋଷ କୁମାର ବେଉରିଆ, ପଦ୍ମାକର ଗୁରୁ, ସାମ୍ବାଦିକ ସରୋଜ କୁମାର ସାହୁ, କୃଷ୍ଣଚନ୍ଦ୍ର ଥାଟୋଇ, ସୁବାଷ ଚନ୍ଦ୍ର ପ୍ରଧାନ, ନିରଞ୍ଜନ ବେଉରିଆ, ବବିତା ମଲ୍ଲିକ, ପୁରୁଷୋତ୍ତମ ବେହେରା, ଭୁବନାନନ୍ଦ ସାମଲ, ନିରଞ୍ଜନ ଦାଶ, ମେଘନାଦ ମହାଳିକ, ଅଜୟ କୁମାର ଓଝା, ସୁଶାନ୍ତ କୁମାର ନାୟକ, ନିଖିଳ କୁମାର ସାମଲ,ସୁଧିର କୁମାର ଆଚାର୍ଯ୍ୟ, ରମାକାନ୍ତ ନାୟକ, ପଦ୍ମଚରଣ ଧଳ, ଗଜେନ୍ଦ୍ର କୁମାର ଧଳ ପ୍ରମୁଖ ଯୋଗଦେଇ ସ୍ବର୍ଗତ କୃଷ୍ଣଚନ୍ଦ୍ର ବେଉରିଆଙ୍କ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅତିଥି ମାନଙ୍କୁ ଉତରିୟ ଦିଆଯାଇ ସମ୍ମାନିତ କରାଯାଇଥିଲା।ଏ ସମସ୍ତ କାର୍ଯ୍ୟକ୍ରମକୁ ପୁତ୍ର ସତୀନ ବେଉରିଆ , ସୁବ୍ରତ , ଜ୍ୟୋତିପ୍ରକାଶ,ଲଗ୍ନଜିତ ଓଶୁଭ୍ରପ୍ରକାଶ ପରିଚାଳନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବଡ଼ଭାଇ ଇନ୍ଦ୍ରମଣି ବେଉରିଆ ଓ ଧନି ବେଉରିଆ।





1 Comment
https://shorturl.fm/aGvIT