କଟକ : ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ଅଭିଯୋଗ । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ । ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମେଣ୍ଢାମାଳର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡା । ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେମାନେ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଦେଇଥିଲେ ।ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା । ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିବେ କହି ଧମକାଉଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


