ଭୁବନେଶ୍ବର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର। ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ମିଳିଛି। ଭିସା ପାଇଁ ଓଡିଶା ଲୋକେ ଆଉ ଯିବେନି କୋଲକତା, ଦିଲ୍ଲୀ, ହାଇଦ୍ରାବାଦ। ପ୍ରସ୍ତାବିତ ଭିସା ସେଣ୍ଟର ବରମୁଣ୍ଡାସ୍ଥିତ ବସ୍ ଟର୍ମିନାଲ୍ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ।

June 27, 2026/
No Comments


