ସଫାରୀ ଧକ୍କା ରେ ଜଣେ ମୃତ ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।ଆଙ୍କର: ସ୍କୁଟି କୁ ଧକ୍କା ଦେଲା ସଫାରୀ ଗାଡି l ଦୁର୍ଘଟଣା ରେ ସ୍କୁଟି ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର ହୋଇଛି l ମୃତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟଗାଁ ର ଲିଙ୍ଗରାଜ ଦୁର୍ଗା ଏବଂ ଗୁରୁତର ଯୁବକ ଜଣକ ହେଲେ ଲଳିତ ତାଣ୍ଡି l ଲିଙ୍ଗରାଜ ଏବଂ ତାଙ୍କ ସାଙ୍ଗ ଲଳିତ ତାଣ୍ଡି ତାଙ୍କ ଗାଁ ଥନଟ ରୁ ଓଡି ୦୮ ପି ୬୦୯୭ ନମ୍ବର ବିଶିଷ୍ଟ ସ୍କୁଟି ଯୋଗେ ଧର୍ମଗଡ କୁ ଯାଉଥିବା ବେଳେ କେବିଡି ଛକ ବିଜୁ ଏକ୍ସପ୍ରେସ ୱେ ରେ ସିଜି ୧୮ କେ ୯୭୦୬ ନମ୍ବର ବିଶିଷ୍ଟ ଏକ ସଫାରୀ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଯାଉଥିବା ବେଳେ ଧର୍ମଗଡ ପୋଲିସ ପହଂଚି ସଫାରୀ ଗାଡି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରୁଛି l ଘଟଣା ସ୍ଥଳରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ରେ ସ୍କୁଟି ଚୁରମାର ହୋଇଥିବା ବେଳେ ସଫାରୀ ର ସାମ୍ନା ପଟ ଚୁରମାର ହୋଇଥିବା ଦେଖିବାକୁ ମିଳିଛି।



