ଓସିଏ ତରଫରୁ ବିଜୟ ହଜ଼ାରେ ଦିନିକିଆ ଓଡିଶା ଦଳ ଘୋଷିତ
ବେଙ୍ଗୁଲୁରରେ ଆସନ୍ତା 24 ତାରିଖରୁ ହେବାକୁ ଥିବା ବିଜୟ ହଜାରେ ଦିନିକିଆ ଟ୍ରଫି ର ପ୍ରଥମ ତିନି ମ୍ୟାଚ ପାଇଁ 16 ଜଣିଆ ଓଡିଶା ଟିମ ଘୋଷିତ ହୋଇଛି। ବିପ୍ଳବ ସାମନ୍ତରାୟ ଦଳରେ ଅଧିନାୟକ ଥିବା ବେଳେ ରାଜେଶ ମହାନ୍ତି ଉପ ଅଧିନାୟକ ରହିଛନ୍ତି। ଦଳରେ 7 ଜଣ ନୂଆ ମୁହଁ ଥିବା ବେଳେ ଆସନ୍ତା 24 ରେ ସୌରାଷ୍ଟ୍ର ବିପକ୍ଷରେ ଓଡିଶା ବେଙ୍ଗାଲୁର ରେ ପ୍ରଥମ ମ୍ୟାଚ ଖେଳିବ। ଓଡିଶା ସୌରାଷ୍ଟ୍ର ଛଡା ସର୍ଭିସେସ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ,ହରିୟାନା,ଗୁଜରାଟ, ରେଲୱେ ବିପକ୍ଷରେ ମ୍ୟାଚ ଖେଳିବ। ନୂଆ ଟିମ ବିଜୟ ହଜାରେ ଟ୍ରଫିରେ ଭଲ କରିବ ବୋଲି ମୁଖ୍ଯ ଚୟନକର୍ତ୍ତା ଆଶା କରିଛନ୍ତି।



