ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର କରାଯାଇଛି ।
ସୂଚନା ଅନୁସାରେ, ଚରମ୍ପା ମାଲ୍ ଗୋଦାମ ପାଖରେ ପୋଲିସର ଏନ୍କାଉଣ୍ଟର କରିଛି । କମଳାକାନ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଭଦ୍ରକ ମେଡକାଲରେ ଭର୍ତ୍ତି କରାଯାଇଛି ।
ନମ୍ବର ନଥିବା କଳା ପଲସର୍ରେ ଵୁଲୁଥିବା ବେଳେ ଏନ୍କାଉଣ୍ଟର କରାଯାଇଥିବା ସୂଚନା ରହିଛି ।ପ୍ରକାଶଥାଉକି, ଭଦ୍ରକ ଓ ବାଲେଶ୍ବରରେ କମଳା ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି । କିଛି ଦିନ ତଳେ ଖଇରା ନିକଟରୁ ଫାୟାରିଂ କରି ୧୫ ଲକ୍ଷ ଲୁଟି ନେଇଥିଲା।



