ଖଣି ବିଭାଗର ଚଢାଉ, ଟ୍ରକ୍ ସହ ମାଙ୍ଗାନିଜ ଜବତ୍, କିନ୍ତୁ ମାଫିଆ ମାନେ ଫେରାର୍
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟର ଖଣିଜ ସମ୍ପଦ ଭରିରହିଛି। ଏବଂ ଏହି ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଦେଖାଯାଏ କି ଏହି ଖଣିଜ ସମ୍ପଦ ସବୁକୁ ଲୁଣ୍ଠନ କରିବା ପାଇଁ ଖଣି ମାଫିଆ ମାନେ ଯୋଜନା କରି ଅନେକ ସମୟରେ ଏଥିରେ ସଫଳ ହେଉଥିବା ବେଳେ ଆଉ କେତେବେଳେ ଖଣି ବିଭାଗ, ପୋଲିସ୍ ଓ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ଖଣି ମାଫିଆ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ଦେଖାଯାଏ କି ଅନେକ ସମୟରେ ଏହିଭଳି ଚଢ଼ାଉ ସମୟରେ ଗାଡ଼ି ସହ ଖଣିଜ ପଦାର୍ଥ ଜବତ୍ ହେଉଥିବା ବେଳେ ଖଣି ମାଫିଆ ମାନେ ଫେରାର ହୋଇଯାଆନ୍ତି। ସେଇଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ବାମେବାରୀ ଥାନା ଅନ୍ତର୍ଗତରେ। ଗତ ରାତିରେ ମାଙ୍ଗାନିଜ ଚୋରାଚାଲାଣ ପାଇଁ ଏକ ଟ୍ରକ ଲୋଡ୍ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯେlଡା ଖଣି ବିଭାଗର ଚାରି ଜଣିଆ ଟିମ୍ ଅତର୍କୀତ ଭାବେ ନୟାଗଡ଼ ନିକଟ ଓଜନ କଣ୍ଟା ନିକଟ ରେ ଚଢାଉ କରି ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ସହ OR 09L 8958 ନମ୍ବର୍ ବିଶିଷ୍ଟ ଏକ ଟ୍ରକକୁ ଜବତ କରିଛି ଖଣିବିଭାଗ l ସୁଯୋଗ ଦେଖି ଏହି କାରବାର ରେ ସଂପୣକ୍ତ ଖଣି ମାଫିଆ ମାନେ ମାନେ ଘଟଣା ସ୍ଥଳରୁ ଫେରାର ହେଇଯାଇଥିବା ନେଇ ସୂଚନା l ଏଠାରେ ବେଆଇନ ମାଙ୍ଗାନିଜ ଚାଲାଣ ପାଇଁ ଟ୍ରକରେ ଲୋଡ ହେଉଥିବା ବେଳେ ଖଣି ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



