*ଜନତା ସରକାରୀ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ଦିବସ -୨୦୨୫ ପାଳିତ*

ବରଗଡ:(ପବିତ୍ର ମେହେର)ଶକ୍ତିର ସୁବିନିଯୋଗ,ସୁପରିଚାଳନା ଓ ଶକ୍ତିର ସଂରକ୍ଷଣ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ବାଲ୍ୟାବସ୍ଥାରୁ ଅଭ୍ୟସ୍ତ କରାଇବା ଆଭିମୁଖ୍ୟ ନେଇ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଶକ୍ତି ସଂରକ୍ଷଣ ସଚେତନତା ଅଭିଯାନରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଶକ୍ତି କ୍ଲବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ପ୍ରଧାନ ଶିକ୍ଷକ ଶକ୍ତି ସଂରକ୍ଷଣ ଦିବସର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ।ଏହା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଶକ୍ତି କ୍ଲବ,ଗଣିତ କ୍ଳବ୍,ବିଜ୍ଞାନ କ୍ଲବ ଓ ଇକୋ କ୍ଲବର ସଦସ୍ୟ ହାତରେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ସ୍ଲୋଗାନ ମାଧ୍ୟମରେ ଶକ୍ତି ସଂରକ୍ଷଣ ନିମନ୍ତେ ସଚେତନତାର ବାର୍ତ୍ତା ଦେଇଥିଲେ।ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଦିପ୍ତିମୟୀ ଗଡତିଆ,ଲିପସାମୟୀ ସା ଓ ବିଜିତା ସାହୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଏକ ଫୁଲଚାରା ଦେଇ ସମ୍ମାନିତ କରାଯାଇଥିଲା।କାର୍ଯ୍ଯକ୍ରମ ପରିଚାଳନାରେ ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ,ବୋଧରାମ ବିଶ୍ୱାଳ, ତେଜରାମ ସା,ଶ୍ରୀପତି ସାହୁ, ଈଶ୍ୱର ପଧାନ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

