
ଅତାବିରା ବ୍ଲକ ସଂଘ ପକ୍ଷରୁ ମାଧୋ ସିଂଙ୍କ ୧୬୮ ତମ ବୀରତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବରଗଡ:୨୦/୧୨(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ସଂଘର ସମସ୍ତ ଗ୍ରାମ ପଞ୍ଚାୟତର ଆଦିବାସୀ ମହିଳା ଓ ପୁରୁଷ ମାନଙ୍କୁ ନେଇ ବ୍ଲକ ସଭାପତି ଭୁଷଣ ବିଶ୍ବାଳଙ୍କ ସଭାପତିତ୍ବରେ ପାହାଡଶ୍ରୀଗିଡା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଘେଁସ ଗ୍ରାମର ସହୀଦ ବୀର ମାଧୋ ସିଂଙ୍କ ଫାଶୀ ଦିବସ ଉଦ୍ଦେଶ୍ୟରେ ବୀରତା ଦିବସ ଆସନ୍ତା ଡିସେମ୍ବର ୩୧ ତାରିଖ ପାଳନ କରାଯିବ ଏଥିପାଇଁ ଅତାବିରା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ କିଭଳି ଭାବରେ ବେଶି ସଂଖ୍ୟାରେ ବୀରତା ଦିବସରେ ଯୋଗଦାନ କରିବେ ସେ ବିଷୟରେ ଆଲୋଚନା ହୋଇଥିଲା ।

ଏହି ଅବସରରେ ମଞ୍ଚାସିନ ମୁଖ୍ୟ ଅତିଥି ଭାବରେ ସଂଘର ପ୍ରତିଷ୍ଠାତା ଶ୍ରୀମାନ ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଭାପତି ଗୋବିନ୍ଦ ବରିହା , ଜିଲ୍ଲା ସମ୍ପାଦକ ତ୍ରିଲୋଚନ ଭୁଏ , ପାହାଡଶ୍ରୀଗିଡ଼ା ଗ୍ରାମର ଜମିଦାର ପୁରୁଷୋତ୍ତମ ସିଂହ , ପୁର୍ବତନ ଚ୍ୟାରମେନ୍ ନବିନ ସାହୁ , ଭେଡେନ ବ୍ଲକ ସଭାନେତ୍ରୀ ପ୍ରେମସିଲା ବରିହା , ସୋହେଲାର ବିନୋଦିନୀ ନାଏକ, ଭଟଲିର ବୈଦେଇ ମାଝୀ ମଞ୍ଚାସିନ ଥିଲେ । ଏବଂ ଅତାବିରା ବ୍ଲକର ଗୁରୁବାରି ଭୁଏ, ଚନ୍ଦ୍ରକାନ୍ତି ଧରୁଆ, ସଞ୍ଜୁକ୍ତା ଭୁଏ , ନିରଞ୍ଜନ ବାର୍ଲା ସହଯୋଗ କରିଥିଲେ ଏବଂ ସମସ୍ତ ଗ୍ରାମ ପଞ୍ଚାୟତରୁ ମହିଳା ଓ ପୁରୁଷ ତଥା ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ l




