ଭାତପୁରାରେ ଓଷ୍ଟା ପକ୍ଷରୁ ଜମନକିରା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ

ଜମନକିରା :୨୦/୧୨: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଭାତପୁରା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଅପରାହ୍ନ ରେ ଉଦପାଜିତ ହୋଇ ଯାଇଛି । ସ୍କୁଲର ପରିଚାଳନା କମିଟି ସଭ୍ୟ ରୁଦ୍ର ନାରାୟଣ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷା ଓ ପ୍ରତିଭାର ବିକାଶ ପାଇଁ ଓଷ୍ଟା ର ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ । ଓଷ୍ଟା ର ଜମନକିରା ବ୍ଲକର ପ୍ରାକ୍ତନ ସମ୍ପାଦକ ସୁଶାନ୍ତ କୁମାର ପଟେଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶିକ୍ଷକ ଏକତା ର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ଶିକ୍ଷକ ସଂଘ ବ୍ଲକ ସମ୍ପାଦକ ଓ ପ୍ରଧାନ ଶିକ୍ଷକ ରତନ ଲାଲ ସିଂହ ସ୍ଵାଗତ ବକ୍ତବ୍ୟ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ଶିକ୍ଷକ ଖଗେଶ୍ବର ନାଏକ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ଆମନ୍ତ୍ରଣ କରିଥିଲେ । ପୂର୍ବାହ୍ନ ରେ ଆୟୋଜିତ ଦଶ ଗୋଟି ବିଭାଗରେ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପ୍ରମାଣ ପତ୍ର ସହ ଉପହାର ଦେଇ ପୁରସ୍କୃତ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଦେବରାଜ କିଶାନ, ସଙ୍ଗୀତରେ ସୁନୀତା ବାରିକ, ଡ୍ରଇଂରେ ସତ୍ୟ ନାରାୟନ ଠାକୁର, କବିତା ଆବୃତିରେ ସୁନୀତା ବାରିକ, ଗଳ୍ପ ଲିଖନରେ ଦିନେଶ କିଶାନ, କବିତା ରଚନାରେ ବିନିତା ବାଦୀଙ୍ଗ, ଅଭିନୟରେ ଦୀପିକା ସିଂ, ନୃତ୍ୟରେ ଅନୁରାଧା କିସାନ, ସାଧାରଣ ଜ୍ଞାନରେ ରୂପାଲି ବେହେରା,ଏବଂ କୁଇଜ୍ ରେ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଟିମ୍ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରି ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇ ପାରିଛନ୍ତି ।ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଓ ମୁଖ୍ୟ ବକ୍ତା ଶ୍ରୀ ପଟେଲ ଙ୍କୁ ଶିକ୍ଷା ବିତ୍ ଭାବରେ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଛାତ୍ରୀ ଗଣ ପ୍ରାରମ୍ଭ ଓ ଶେଷରେ ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ଏବଂ ବିଦାୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ ବେଶ୍ କର୍ଷଣୀୟ ହୋଇଥିଲା ।ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ ମହାକୁଲ ଧନ୍ୟବାଦ ଅର୍ପଣ କରିଥିଲେ ।




