ଉତ୍କଳ ଯାଦବ ମହାସଭାର ଉପସଭାପତୀଙ୍କ ଗୋଡ଼ ଭାଙ୍ଗିବା ପରେ ସମବେଦନା ଜଣାଇବା ପାଇଁ ଶୁଭେଚ୍ଛୁଙ୍କ ଭିଡ

ରାଜକନିକା – ରାଜକନିକା ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ସାତଭାୟା ଗ୍ରାମର ଉତ୍କଳ ଯାଦବ ମହାସଭାର ଉପ ସଭାପତି ତଥା ରାଜକନିକା ବ୍ଲକ ର ବରିଷ୍ଠ ନେତା ମନୋଜ ପରିଡ଼ା ଏକ ଯାଦବ ମହାସଭାର ବୈଠକ ରେ ଯୋଗଦେବାକୁ ଯିବାପାଇଁ ଵ୍ୟସ୍ତ ଥିବାବେଳେ ବାଥରୁମ୍ କୁ ଯାଉଥିବା ବେଳେ ଗୋଡ଼ ଖସି ଯିବାରୁ ତଳେ ପଡ଼ିଯାଇଥିଲେ।ଯାହାକି ତାଙ୍କର ଡାହାଣ ଗୋଡର ପାପୁଲି ହାଡ଼ ଭାଙ୍ଗି ଯାଇଥିଲା।ତାହା ପ୍ଳାଷ୍ଠର ହୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ବିଶ୍ରାମ ନେଉଥିବା ବେଳେ ଯାଦବ ମହାସଭାର ବରିଷ୍ଠ କର୍ମକର୍ତ୍ତାଗଣ ତାଙ୍କୁ ଦେଖିବାକୁ ଆସୁଛନ୍ତି। ମନୋଜ ପରିଡ଼ା ଯେକି ଜଣେ ବରିଷ୍ଠ ସଂଗଠକ,ସମାଜ ସଂଗଠକ ଓ ସମାଜସେବୀ ବୋଲି ସାରା ଓଡିଶାରେ ପରିଚିତ। ତାଙ୍କୁ ଦେଖିବାକୁ ଯେଉଁ ମାନେ ଆସୁଛନ୍ତି ସେମାନେ ହେଲେ ଶ୍ରୀନିବାସ ପ୍ରଧାନ, ପ୍ରମୋଦ କୁମାର ବାରିକ,ଶ୍ରୀନିବାସ ଓଝା, ନିରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାଶ, ମିନତି ଦାଶ,ରିନାରାଣି ଦାଶ, ଇଞ୍ଜିନିୟର ପଞ୍ଚାନନ ଦାଶ,ଗଗଧାର ଦାଶ, ଧରଣୀଧର ବେହେରା, ମଧୁସୂଦନ ଦାଶ, ନରହରି ରାଉତ,ସବୁଜ ଓଡିଶା ର ପ୍ରତିଷ୍ଠାତା ସଂପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁ, ସୋମନାଥ ପରିଡ଼ା, ସୁବାଷ ଚନ୍ଦ୍ର ସାହୁ, ଶିକ୍ଷକ ତଥା ଗୁରୁ ବଳରାମ ସାହୁ,ବିନୟ କୁମାର ପରିଡ଼ା, ନବକିଶୋର ଦାଶ, ଜଗନ୍ନାଥ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଆସୁଛନ୍ତି ଦେଖିବାକୁ ଶ୍ରୀ ପରିଡାଙ୍କୁ। ସେଥିପାଇଁ ସମସ୍ତଙ୍କୁ ପରିଡା ଆନ୍ତରିକ ସହ ଶୁଭେଛା ଓ ଅଭିନନ୍ଦନ ଏବଂ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।




