ଚାଷୀ ମହଲରେ ଅସନ୍ତୋଷ,ବାସ୍ତବ ଚିତ୍ର ଓଲଟା ଦୁର୍ନୀତି ନାଁ ମହା ଦୁର୍ନୀତି ଘୁରୀ ବୁଲୁଛି ତଥ୍ୟ! ନିଦା ବିଷ୍ଣୁ ସାଜିଛି ଜିଲ୍ଲା ପ୍ରଶାସନ!
ବରଗଡ:୨୦/୧୨(ପବିତ୍ର ମେହେର)ଓଡିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ପାହାଡ଼ଶ୍ରୀଗୀଡ଼ା ସମଲେଶ୍ୱରୀ ପାଣି ପଂଚାୟତ ୟୁନିଟ ୨ର କଥା, ଆର୍ଥିକ ବର୍ଷ ୨୦୨୩-୨୪ ଓ ୨୦୨୪-୨୫ ରେ ହୋଇଥିବା କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ସହ କେତେ ଟଙ୍କା ଅନୁଦାନ ରାଶି ଓ କେତେ ଖର୍ଚ୍ଚ ହୋଇଛି ତାହାଯେ RTI ତଥ୍ୟ ତାରିଖ ୨୭ମାର୍ଚ୍ଚ ୨୦୨୫ ଥିବା ବେଳେ ତଥ୍ୟଟି ମହିନ୍ଦ୍ର ବନଛୋର ନାମରେ ତଥ୍ୟ ଥିବା ବେଳେ ମହିନ୍ଦ୍ର ବନଛୋର ଙ୍କୁ ଏ ବିଷୟରେ ପଚାରିବାରୁ ସେ କହନ୍ତି ସବୁ ତ ଠିକ ଅଛି ହେଲେ ପ୍ରତିକ୍ରିୟା ଦେବାକୁ ମନା କରନ୍ତି ମହିନ୍ଦ୍ର ବନଛୋର l ତଥ୍ୟ ଟି ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରୀ ବୁଲିବାର ସହ କେତେକ ଚାଷୀ ନିଜ ଖର୍ଚ୍ଚ ରେ କେନାଲ କାମ ତଥା ପାଣି ପଂଚାୟତ ଉପରେ ଥିବା ଚାଷୀଙ୍କ ମୌଳିକ କ୍ଷମତା ରୁ ବଞ୍ଚିତ ତଥା ତଥ୍ୟ ଅନୁସାରେ କାମ ନ ହୋଇ ବିଲ ପାସ ହୋଇଛି ଓ ତଥ୍ୟ ଯାହା ବାସ୍ତବ ଚିତ୍ର କିଛି ଓଲଟା ବୋଲି ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାର ସହ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି l ତେବେ ଖବର ପ୍ରସାରଣ ପରେ ଶୋଇ ପଡ଼ି ଥିବା ଜିଲ୍ଲା ପ୍ରଶାସନ ର ନିଦ ଭାଙ୍ଗିବ ତ?

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)


