ସାଇନିଙ୍ଗ କିଡ୍ସ୍ ୱାର୍ଲଡ଼ ସ୍କୁଲ ର ବାର୍ଷିକ ଉତ୍ସବ (ସାସ୍କୃତିକ ସଙ୍ଗମ ) ପାଳିତ
ଜୁନାଗଡ଼ ୨୦/୧୨(ସ ମି ସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସାଇନିଙ୍ଗ କିଡ୍ସ ୱାର୍ଲଡ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଜୁନାଗଡ ସ୍ଥିତ ସାସ୍କୃତିକ ଭବନ ଠାରେ ବାର୍ଷିକ ଉତ୍ସବ (ସାସ୍କୃତିକ ସଙ୍ଗମ ) ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷକତା ରେ ଜାତୀୟ ପୁରସ୍କାରପ୍ରାପ୍ତ ସନ୍ତୋଷ କୁମାର କର ଉପସ୍ଥିତ ରହିଥିଲେ l ସମ୍ମାନିତ ଅତିଥି ଭାବେ ଡଃ ଶିବରାମ ନାଏକ, ମୁଖ୍ୟ ବକ୍ତା ଭାବେ ଅଙ୍କିତ ଜୟସ୍ୱାଲ, ବିଦ୍ୟାଳୟ ପରିଚାଳକ ଡଃ ପ୍ରବୀର ଗୋୟଲ, ସ୍କୁଲ ଅଧ୍ୟକ୍ଷ ସୁଶାନ୍ତ ଦଣ୍ଡସେନା, ବିଦ୍ୟାଳୟ ପରିଚାଳକ ସରିତା ଗୋୟଲ ପ୍ରମୂଖ ମଞ୍ଚାସୀନ ରହିଥିଲେ I ସ୍କୁଲ ରେ କିପରି ଶିକ୍ଷାଦାନ ଆହୁରି ମଜଭୂତ ହୋଇ ପାରିବ ସେନେଇ ମୁଖ୍ୟ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ପରି ପ୍ରକାଶ କରିଥିଲେ l ଏବ୍ଂ ବିଦ୍ୟାଳୟ ର ପରିଚାଳକ ଡଃ ଗୋଏଲ ଆଗାମୀ ଦିନ ରେ ଆହୁରି ଶିକ୍ଷା ର ପ୍ରଗତି ଡିଜିଟାଲଲାଇଯେସନ, ଖେଳ ଓ ବିଭିନ୍ନ ଆକ୍ଟିଭିଟି ମଧ୍ୟରେ ଶିକ୍ଷା ଦାନ ଦିଆଯାଇ ପାରିବ ସେ ଉପରେ ଆହ୍ଵାନ ଦେଇଥିଲେ lବିଦ୍ୟାଳୟ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ପ୍ରଦାନ କରାଯାଇଥିଲା l କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଚିତାକର୍ଷକ ରଙ୍ଗା ରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସ୍କୁଲ ର ଶିକ୍ଷକ ରାଜେଶ କୁମାର ଭୈରମଲ, ଭେଙ୍କଟ ରମଣ ମାଝୀ, ବିନାୟକ ମେହେର ଶିକ୍ଷୟିତ୍ରୀ ନିକିତା ଦାସ, ପୂଜା ନାଏକ, ଦୀପିକା ଅଗ୍ରୱାଲ୍ସ, ସଂଯୋଜିତl ପାଢି ପ୍ରମୁଖ ମଂଚ ପରିଚାଳନା କରିଥିଲେ l ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହୋଯାଗ କରିଥିବା ବେଳେ ପରିଶେଷରେ ବିପ୍ଳବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ lକଲାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



