ସାଂସଦଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ମହାବିଦ୍ୟାଳୟ , ଖଜୁରିଆକଟା ଇତିହାସ ବିଭାଗର ମୁଖ୍ୟ ଡ଼: ମହେନ୍ଦ୍ର କୁମାର ସ୍ୱାଇଁଙ୍କ ରଚିତ ପୁସ୍ତକ ” ଏଥିକ୍ସ ଇନ୍ ସୋସାଇଟ୍” କୁ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ କରକମଳରେ ଖଜୁରିଆକଟା ଠାରେ ୨୧ ତାରିଖ ଦିନ ଉନ୍ମୋଚିତ ହୋଇଛି l ଡ: ସ୍ବାଇଁ ଙ୍କ ରଚିତ ଏହି ପୁସ୍ତକକୁ ଉନ୍ମୋଚିତ କରିବା ଅବସରରେ ଅବକ୍ଷୟମୁଖୀ ସମାଜ ପରିବର୍ତ୍ତନ ଓ ସରସ ସୁନ୍ଦର ରୂପେ ଗଢି ତୋଳିବା ପାଇଁ ଏହା ଆଲୋକ ବର୍ତ୍ତିକା ହେବା ସହିତ ପ୍ରତ୍ୟେକ ଅଧ୍ୟାପକ ଅଧ୍ୟାପନା ସହିତ ସମାଜର ଅଗ୍ରଗତି ପାଇଁ ଏ ଭଳି ପ୍ରୟାସ ଜାରି ରଖିବାକୁ ମାର୍ଗ ଦର୍ଶନ ଦେଇଥିଲେ l ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ସୁଶାନ୍ତ କୁମାର ପତି , ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ଅବସର ପ୍ରାପ୍ତ ବିଦ୍ୟୁତ୍ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଁ: ପ୍ରବୋଧ କୁମାର ପାଳ , ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣି ଓ ମଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l



