ଢେଙ୍କାନାଳ – ଆଜି ତା ୨୨/୧୨/୨୫ ରିଖ ଦିନ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଆଜିର ଏହି ଜାତୀୟ ଗଣିତ ଦିବସରେ ବୁର୍ଲା VSSUT ର ପ୍ରଫେସର ଜୟ ପ୍ରକାଶ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ସେ ଗଣିତର ବିଭିନ୍ନ ଉପଯୋଗୀତା ଓ ରାମାନୁଜଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଜିର ଏହି ଦିବସରେ ସ୍ୱାଗତ ଭାଷଣ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଭୁବନେଶ୍ୱର ମୁଦୁଲି ପ୍ରଦାନ କରିଥିଲେ। ସେ ରାମାନୁଜଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ଉପରେ ଦୃଷ୍ଟିପାତ କରିଥିଲେ। ଆଜିର ସଭାରେ ମୁଖ୍ୟ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ଡ. ରୋଜାଲିନୀ ଦାସ । ଏହି ଅବସରରେ quiz and poster making competition କରାଯାଇ ତାହାର ବିଜେତା ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ସେମିନାର ରେ ରାମାନୁଜଙ୍କ ଉପରେ ନିର୍ମିତ ଚଳଚିତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଡ. ଜିତେନ୍ଦ୍ର କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

