ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପିଟିସନ ଉପରେ ଶୁଣାଣି କରି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଥିବା ଆବେଦନ ଉପରେ କୋର୍ଟ ଏହି ନୋଟିସ ଜାରି କରିଛନ୍ତି ।
ଏହି ମାମଲାର ଶୁଣାଣି ଜଷ୍ଟିସ ରବିନ୍ଦ୍ର ଡୁଡେଜାଙ୍କ କୋର୍ଟରେ ହୋଇଥିଲା। କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରି ପରବର୍ତ୍ତୀ ଶୁଣାଣି ୭ ମାର୍ଚ୍ଚ, ୨୦୨୬ ପାଇଁ ଧାର୍ଯ୍ୟ କରିଛନ୍ତି।ତଳକୋର୍ଟ ଟେକ୍ନିକାଲି ଆଧାରରେ ଇଡିର ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବାରେ ମନା କରି ଦେଇ ଥିଲେ, ଯାହାକୁ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ହାଇକୋର୍ଟରେ ଭୁଲ ଦର୍ଶାଇଛନ୍ତି। ମାମଲାର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କଡ଼ା ଦଲିଲ ଉପସ୍ଥାପନା କରିଛନ୍ତି।ସେ ଜଷ୍ଟିସ୍ ରବିନ୍ଦର ଟୁଡେଜଙ୍କ ପୀଠ ସାମନାରେ କହିଛନ୍ତି ଯେ, ଟ୍ରାଏଲ କୋର୍ଟଙ୍କ ଏହି ନିଷ୍କର୍ଷ ‘ବିନା ଏଫଆଇଆରର ମନି ଲଣ୍ଡ୍ରିଂର ଯାଞ୍ଚ ଆରମ୍ଭ ହୋଇ ପାରିବ ନାହିଁ ‘, ଆଇନର ନଜରରେ ‘ଭୟଙ୍କର ରୂପେ ଭୁଲ।’ ମେହଟ୍ଟା ଯୁକ୍ତି କରିଛନ୍ତି ଯେ, ଯଦି ଏହି ନିଷ୍ପତ୍ତିକୁ ସ୍ୱୀକାର କରି ନିଆ ଯାଏ, ତ ଏଥିରେ ଦେଶର ଆହୁରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ମନି ଲଣ୍ଡରିଂ ମାମଲାରେ ଗୁରୁତର ପ୍ରଭାବ ପଡ଼ିବ ଏବଂ ଆର୍ଥିକ ଅପରାଧିଙ୍କୁ ରକ୍ଷା ପାଇବାର ରାସ୍ତା ମିଳିଯିବ।ଏହି କେସ୍ରେ ଗାନ୍ଧୀ ପରିବାର ବ୍ୟତୀତ ଯେଉଁ ଲୋକଙ୍କୁ ନୋଟିସ୍ ପଠାଯାଇଛି, ଏଥିରେ କଂଗ୍ରେସ ନେତା ସୁମନ ଦୁବେ,ସ୍ୟାମ୍ ପିଟ୍ରୋଡା , ୟଙ୍ଗ ଇଣ୍ଡିଆନ କମ୍ପାନୀ ଡୋଟେକ୍ସ ମର୍ଚେଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ସୁନୀଲ ଭଣ୍ଡାରୀ ସାମିଲ ଅଛନ୍ତି।



